ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିନା ମେକଅପ୍‌ରେ ଫିଲ୍ମ କରି ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି ସାଉଥ୍‌ ସୁନ୍ଦରୀ ସାଇ ପଲ୍ଲବୀ। ସାଇଙ୍କର ଏହି ଗୁଣ ଯୋଗୁଁ ଅନେକ ତାଙ୍କ ଦିଓ୍ୱାନା ପାଲଟିଛନ୍ତି। ଯେଉଁଠି ହିରୋଇନମାନେ ବିନା ମେକଅପ୍‌ରେ ପରଦାକୁ ଆସନ୍ତି ନାହିଁ ସେଇଠି ସାଇ କାହିଁକି ‘ନୋ ମେକଅପ୍‌’ ପଲିସି ଆପଣେଇଛନ୍ତି ଆସନ୍ତୁ ଜାଣିବା।

ଅନେକ ସାକ୍ଷାତକାରରେ ସାଇଙ୍କୁ ଏହି ପ୍ରଶ୍ନ ପଚରାଯାଏ। ଏହାର ଉତ୍ତରରେ ସାଇ କହନ୍ତି,‘‘ମତେ ମେକଅପ୍‌ ଭଲ ଲାଗେନି। ମୁଁ ଯେମିତି ପରଦାରେ ବି ସେମିତି ଦିଶିବାକୁ ଚାହେଁ’’।

ସାଇ ଯେତେବେଳେ ପ୍ରେମମ୍ ଫିଲ୍ମ କରିଥିଲେ ସେତେବେଳେ ଫିଲ୍ମର ନିର୍ଦ୍ଦେଶକ ଆଲଫୋନ୍ସ ପୁଥେରେନ ମେକଅପ୍‌ ନକରି ଫିଲ୍ମରେ ରୋଲ କରିବାକୁ ଉତ୍ସାହିତ କରିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାଇ କୌଣସି କସମେଟିକ ପ୍ରଡକ୍ଟର ବିଜ୍ଞାପନ ମଧ୍ୟ କରନ୍ତି ନାହିଁ। ତାଙ୍କୁ ଥରେ ଗୋଟିଏ ବିଜ୍ଞାପନ ପାଇଁ ୨ କୋଟି ଟଙ୍କା ଅଫର ମିଳିଥିଲା ତଥାପି ସେ ମନା କରିଦେଇଥିଲେ।

ସାଇ ପଲ୍ଲବୀ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ। କାରଣ ସେ ଡାକ୍ତରୀ ପାଠ ପଢ଼ୁଥିଲେ। ସାଇ ପଲ୍ଲବୀ ଟିଏସଏମୟୁରେ ପାଠ ପଢ଼ୁଥିଲେ।  ୨୦୧୪ରେ ଡାକ୍ତରୀ ପଢ଼ିଲା ବେଳେ ନିର୍ଦ୍ଦେଶକ ଆଲଫୋନଜ ପୁଥେରିନ ତାଙ୍କୁ ‘ପ୍ରେମମ’ ଫିଲ୍ମରେ ‘ମଲାର’ ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଥିଲେ। ଏଥିପାଇଁ ପଲ୍ଲବୀ ସାଉଥ୍ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ।  ଏହ ପରେ ତାଙ୍କର ମାଲାୟାଲମ୍ ଫିଲ୍ମ ‘କାଲୀ’ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା।

Comment