ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଦମଦାର ଆକ୍ସନ ଓ ଅଭିନୟ ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ କରିଥାଏ। ନିଜର ହ୍ୟାଣ୍ଡସମ୍ ଲୁକ ସହ ତାଙ୍କର ଅଭିନୟ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରିପାରିଛି। ତାଙ୍କର ଅନେକ ତେଲୁଗୁ ଭାଷୀ ଫିଲ୍ମ ଏବେ ହିନ୍ଦୀରେ ମଧ୍ୟ ଉପଲବ୍ଧ ହୋଇପାରୁଛି।

ତେବେ ଆସନ୍ତୁ, ଜାଣିବା ଅଲ୍ଲୁ ଅର୍ଜୁନଙ୍କ କିଛି ରୋମାଣ୍ଟିକ ହିନ୍ଦୀ ଡବିଂ ଫିଲ୍ମ

ବୀରତା (veerta – the power)

୨୦୦୮ ମସିହାରେ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କୁ ସହ ଆପଣ ଅଭିନେତ୍ରୀ ସୀଲାଙ୍କୁ ଦେଖିବାକୁ ପାଇବେ। ଏକ ଚତ୍ମକାର କାହାଣୀକୁ ନେଇ ଏହି ଫିଲ୍ମଟିର ନିର୍ମାଣ କରାଯାଇଛି। ଏହା ହିନ୍ଦୀ ଭାଷାରେ ମଧ୍ୟ ଡବିଂ ହୋଇଛି। ଯାହାକି ଆପଣ ୟୁଟ୍ୟୁବରେ ପାଇପାରିବେ।

ସଂଘର୍ଷ ଔର ବିଜୟ (sangharsh aur vijay)

ଅଲ୍ଲୁ ଅର୍ଜୁନ ଓ ତମନ୍ନା ଭାଟିଆଙ୍କ ବଦ୍ରିନାଥ ଫିଲ୍ମ ସାଉଥ୍ ଇଣ୍ଡଷ୍ଟ୍ରୀରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହାପରେ ଏହାକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା। ଯାହାର ନାମ ରଖାଯାଇଥିଲା ସଂଘର୍ଷ ଔର ବିଜୟ। ଏହି ଫିଲ୍ମରେ ପ୍ରକାଶ ରାଜ ମଧ୍ୟ ନଜର ଆସିବେ।

ଆରିୟା (Arya ki prem pratigya)

ତେଲୁଗୁ ରୋମାଣ୍ଟିକ୍ ଫିଲ୍ମ ଆରିୟାର ଏହା ହିନ୍ଦୀ ଡବିଂ ଅଟେ। ଯେଉଁଥିରେ ଆପଣ ଅଲ୍ଲୁ ଅର୍ଜୁନଙ୍କୁ ଏକ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ପାଇବେ। ତାଙ୍କ ସହ ଏହି ଫିଲ୍ମରେ ସେ ଗୀତା ବୋଲି ଗୋଟିଏ ଝିଅର ପ୍ରେମରେ ପଡ଼ିଯାଉଛନ୍ତି। ଶେଷରେ ନିଜର ଭଲ ପାଇବାକୁ କେମିତି ପାଉଛନ୍ତି ତାହା ଏଥିରେ ଦେଖିବାକୁ ପାଇବେ।

ଗଙ୍ଗୋତ୍ରୀ (gangotri)

୨୦୦୩ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ଗଙ୍ଗୋତ୍ରୀ ହିନ୍ଦୀ ଡବିଂରେ ମଧ୍ୟ ଉପଲବ୍ଧ ଅଛି। ଯାହାକୁ ଆପଣ ୟଟ୍ୟୁବରେ ଦେଖିବାକୁ ପାଇପାରିବେ। ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here