ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଦମଦାର ଅଭିନେତା ଧନୁଷଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ। ନିଜର ଚତ୍ମକାର ଅଭିନୟ ବଳରେ ସେ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ତାଙ୍କର କେତୋଟି ହିନ୍ଦୀ ଫିଲ୍ମ ବିଷୟରେ ଆଜି ଆମେ ଆଲୋଚନା କରିବା।

ଏହି ଫିଲ୍ମ ଆପଣ ୟୁଟ୍ୟୁବ କିମ୍ବା ଗୁଗୁଲରେ ପାଇପାରିବେ। ଯାହାକି ବିଲକୁଲ୍ ମାଗଣାରେ ଉପଲବ୍ଧ ଅଛି।

ରାନଝଣା

ଧନୁଷଙ୍କ ଏହି ଫିଲ୍ମଟି ଏକ ଚତ୍ମକାର ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୋନମ କପୁର। ୨୦୧୩ ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମରେ ଆପଣ ଧନୁଷଙ୍କୁ ଜଣେ ବନାରସୀ ଯୁବକ ଭାବେ ଦେଖିବାକୁ ପାଇବେ। ଯିଏ କି ବ୍ରାହ୍ମଣ ହୋଇ ଜଣେ ମୁସଲିମ୍ ଝିଅର ପ୍ରେମରେ ପଡ଼ିଯାଉଛି। ଆନନ୍ଦ ରାଏଙ୍କ ଏହି ଫିଲ୍ମ ଯୁବପିଢ଼ିଙ୍କୁ ବେଶ ପସନ୍ଦ ଆସିଥିଲା।

ଏକ କଲେଜ ଜୀବନର ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଧନୁଷଙ୍କୁ ଆପଣ ଜଣେ ଛୋଟ ପିଲାଙ୍କ ଭଳି ଦେଖିବାକୁ ପାଇବେ। ଏହି ଫିଲ୍ମରେ ତାଙ୍କ ସହ ଶ୍ରୁତି ହାସନଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ‘କୋଲାଭରି ଡି’ ଗୀତ ସେ ସମୟରେ ଅନେକ ଚର୍ଚ୍ଚାରେ ରହିଥିଲା।

ଫିର୍ ଆୟା ଦିୱାନା

ତାମିଲ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଆପଣ ହିନ୍ଦୀ ଡବିଂରେ ମଧ୍ୟ ପାଇପାରିବେ। ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ତାଙ୍କ ସହିତ ନୟନ୍ତରା ନଜର ଆସିବେ। ଏହି ଫିଲ୍ମଟି ଆପଣଙ୍କୁ ୟୁଟ୍ୟୁବରେ ମଧ୍ୟ ମିଳିପାରିବ।

ମାରି

ଧନୁଷଙ୍କ ସବୁଠୁ ଅଧିକ ଚର୍ଚ୍ଚିତ ଫିଲ୍ମ ରହିଥିଲା ମାରି। ଏହାର ଦୁଇଟି ପାର୍ଟ ବର୍ତ୍ତମାନ ଆପଣ ୟୁଟ୍ୟୁବରେ ପାଇପାରିବେ। ମୂଳ ତାମିଲ ଭାଷାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ହିନ୍ଦୀ ଭାଷାରେ ଆପଣଙ୍କୁ ମିଳିପାରିବ। ଏହି ଦୁଇ ଫିଲ୍ମରେ ଧନୁଷଙ୍କୁ ରାଓଡି ଭୂମିକାରେ ଦେଖିବାକୁ ପାଇବେ।

LEAVE A REPLY

Please enter your comment!
Please enter your name here