ଓଡ଼ିଶାଲାଇଭ୍ ବ୍ୟୁରୋ

୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ରାଜ୍ୟର ସମସ୍ତ ସରପଞ୍ଚ

୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ। ଶୁକ୍ରବାର ରାଜ୍ୟର ସମସ୍ତ ସରପଞ୍ଚ ଏକାଠି ହୋଇ ଭୁବନେଶ୍ୱର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପୂର୍ଣ୍ଣ କ୍ଷମତା ଦେବାକୁ ସରପଞ୍ଚମାନେ ଦାବି କରିଛନ୍ତି। ସେହିପରି ବିପର୍ଯ୍ୟୟ ଭଳି ଜରୁରୀକାଳୀନ ଖର୍ଚ୍ଚ ଲାଗି ସରପଞ୍ଚଙ୍କ ହାତ ପାଣ୍ଠି ରଖିବା, ପେନସନ ୨ହଜାର ୩୫୦ଟଙ୍କାରୁ ୩୦ହଜାର ଟଙ୍କା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।ଏନେଇ ୨ ମାସ ତଳେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ସରପଞ୍ଚ। ତେଣୁ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଉ ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି।

Tags: #sarpanchastrike #pachayatrajdepartment #odisha #strike

Comment