ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମ ଛଡ଼ା ଏବେ ସାଉଥ୍‌ ଫିଲ୍ମ ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ସାଉଥ ଫିଲ୍ମ ଏକ ସ୍ୱତନ୍ତ୍ର ଦର୍ଶକ ବର୍ଗ ସୃଷ୍ଟି କରିଛି। ସାଉଥ୍‌ ଫିଲ୍ମକୁ ଖ୍ୟାତି ଦେବାରେ ଅଭିନେତା ଚିରଞ୍ଜୀବୀଙ୍କର ମୁଖତଃ ବଡ଼ ଅବଦାନ ରହିଛି। ସାଉଥ ଇଣ୍ଡଷ୍ଟ୍ରିର ଏହି ମେଗାଷ୍ଟାର ଆଜି ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି।

BGU

ଏହି ଅବସରରେ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ କିଛି କଥା…

ଚିରଞ୍ଜୀବୀ ତେଲୁଗୁ ଅଭିନେତା ହୋଇଥିଲେ ମଧ୍ୟ ସେ ତାମିଲ, କନ୍ନଡ ଓ ହିନ୍ଦୀ ଫିଲ୍ମରେ ବି କାମ କରିଛନ୍ତି। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ଜଣେ ମେଗାଷ୍ଟାର ଭାବେ ପରିଚୟ ହାସଲ କରିଛନ୍ତି।

ଚିରଞ୍ଜୀବୀଙ୍କ ଅସଲ ନାଁ କୋଣିଦଲ ଶିବ ଶଙ୍କର ବର ପ୍ରସାଦ। ୧୯୭୯ ପୁନାଘିରଲୁ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିବର୍ଷ ଚିରଞ୍ଜୀବଙ୍କ ଅଭିନୀତ ୮ଟି ଫିଲ୍ମ ରିଲିଜ ହୋଇଥିଲା। ତା ପରେ ୧୯୮୦ରେ ତାଙ୍କର ୧୪ ଫିଲ୍ମ ରିଲିଜ ହୋଇଥିଲା। ‘ଇନ୍ଦ୍ରା ଦ ଟାଇଗର’ ଫିଲ୍ମରୁ ସେ ବଲିଉଡ ଡେବ୍ୟୁ କରିଥିଲେ।

Comment