ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଦିଗ୍ଗଜ ଅଭିନେତା ଚିରଞ୍ଜିବୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଚିରଞ୍ଜିବୀ ନିଜର ଆଗାମୀ ଫିଲ୍ମ ‘ଅଚାର୍ଯ୍ୟ’ର ସୁଟିଂ ପୂର୍ବରୁ କୋଭିଡ୍ ପରୀକ୍ଷା କରାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ବର୍ତ୍ତମାନେ ସେ ହୋମ୍ କ୍ଵାରେଣ୍ଟାଇନ୍‌ରେ ଥିବା ସୂଚନା ଦେଇଛନ୍ତି। ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ଚିରଞ୍ଜିବୀ ଅନୁରୋଧ କରିଛନ୍ତି।
ଗତ ୭ ତାରିଖରେ ଚିରଞ୍ଜିବୀ ହାଇଦ୍ରାବାଦର ପ୍ରଗତି ମୈଦାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

Comment