ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିର ଦିନରେ ତେଲୁଗୁ ଫିଲ୍ମର ସଫଳ ଅଭିନେତାମାନଙ୍କ ମଧ୍ୟରେ ଜଣେ ବିଜୟ ଦେବରାକୋଣ୍ଡା।  ଖୁବ୍‌ କମ୍‌ ଦିନରେ ତାଙ୍କୁ ସୁପରଷ୍ଟାରର ପରିଚୟ ମିଳିଛି। ଦର୍ଶକଙ୍କ ମହଲରେ ସେ ନିଜ ନାଁ ଅପେକ୍ଷା ତାଙ୍କ ଫିଲ୍ମ ନାଁ ‘ଅର୍ଜୁନ ରେଡ୍ଡୀ’ ଭାବେ ବେଶୀ ପରିଚିତ। କିନ୍ତୁ ବିଜୟଙ୍କୁ ଏହି ସଫଳତା ପାଇବା ପାଇଁ କଡ଼ା ପରିଶ୍ରମ କରିବାକୁ ପଡ଼ିଛି।

ଫିଲ୍ମ ସହିତ ବିଜୟଙ୍କ ପିତାଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଛି। ତାଙ୍କ ପିତା ଦେବରାକୋଣ୍ଡା ଗୋବର୍ଦ୍ଧନ ରାଓ ଦକ୍ଷିଣ ଭାରତୀୟ ଟିଭି ଷ୍ଟାର ଭାବରେ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜୟ କଠିନ ପରିଶ୍ରମ ସହିତ ଏହି ସଫଳତା ହାସଲ କରିଛନ୍ତି| ବିଜୟ ତାଙ୍କର କ୍ୟାରିଅର୍ ୨୦୧୧ରୁ ଫିଲ୍ମ ‘ନୁଭିଲା’ରୁ ଆରମ୍ଭ କରିଥିଲେ। ସେତେବେଳେ ବିଜୟଙ୍କୁ ଏତେ ଲୋକପ୍ରିୟତା ମିଳି ନଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିନେ ଆକାଉଣ୍ଟରେ ଟଙ୍କା ଅଭାବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଥିଲା। ଏକ ସାକ୍ଷାତକାର ସମୟରେ ବିଜୟ ଏହା କହିଥିଲେ। କ୍ୟାରିୟର ପାଇଁ ସଂଘର୍ଷ ସମୟରେ ତାଙ୍କ ପାଖରେ ଘର ଭଡା ଦେବାକୁ ଟଙ୍କା ମଧ୍ୟ ନଥିଲା। ଏବେ କିନ୍ତୁ ସେ କୋଟି କୋଟି ଟଙ୍କାର ମାଲିକ।

ଗତ ବର୍ଷ ବିଜୟ ଜୁବଲି ହିଲ୍ସ ଅଞ୍ଚଳରେ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏହି ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। ଗୃହ ପ୍ରବେଶ ସମୟରେ ସେ ନିଜ ପ୍ରଶଂସକଙ୍କ ସହ କିଛି ଫଟୋ ସେୟାର କରିଥିଲେ।  ଏହା ବ୍ୟତୀତ ବିଜୟ ଦେବରାକୋଣ୍ଡା ମଧ୍ୟ ଜଣେ ଫିଲ୍ମ ନିର୍ମାତା। ତାଙ୍କ କମ୍ପାନିର ନାମ ହେଉଛି ‘ହିଲ୍ ଏଣ୍ଟରଟେନମେଣ୍ଟ’।  ବିଜୟ ଦେବରାକୋଣ୍ଡାଙ୍କର ‘ରାଓଡୀ କ୍ଲଥ’ ନାମକ ଏକ ଡ୍ରେସ ବ୍ରାଣ୍ଡ ମଧ୍ୟ ଅଛି।

ବିଜୟ ଦେବରାକୋଣ୍ଡା ‘ପେଲି ଚୁପୁଲୁ’, ‘ଅର୍ଜୁନ ରେଡ୍ଡୀ’, ‘ମହାନତି’, ‘ଗୀତା ଗୋବିନ୍ଦମ୍’ ଏବଂ ‘ଟ୍ୟାକ୍ସି ଡ୍ରାଇଭର’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୬ରେ ରିଲିଜ ହୋଇଥିବା ପେଲି ଚୁପୁଲୁ ଶ୍ରେଷ୍ଠ ଫିଲ୍ମ ପାଇଁ ବିଜୟ ନ୍ୟାସନାଲ ଆଓ୍ୱାର୍ଡ ପାଇଥିଲେ।  ଏହା ସହିତ ବିଜୟ ୨୦୧୭ ରେ ‘ଅର୍ଜୁନ ରେଡ୍ଡୀ’ ତାଙ୍କୁ ଷ୍ଟାରଡମ୍ ଦେଇଥିଲା। ଏହା ପରେ ବିଜୟ ମଧ୍ୟ ‘ଡିୟର କମ୍‌ରେଡ’ରେ ବହୁ ଲୋକପ୍ରିୟତା ହାସଲ କରିଥିଲେ।

Comment