ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଦମଦାର ଆକ୍ଟର ରାମ ଚରଣଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ନିଜର ଅଭିନୟ ବଳରେ ସେ ଦର୍ଶକମାନଙ୍କ ବେଶ ନିକଟତର ହୋଇପାରିଛନ୍ତି।

ଆସନ୍ତୁ, ଜାଣିବା ତାଙ୍କର କେତୋଟି ହିନ୍ଦୀ ଡବିଂ ଲଭ ଷ୍ଟୋରୀ ବିଷୟରେ…

ମଗଧୀରା

୨୦୦୯ ମସିହାରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ମଗଧୀରାରେ ଆପଣ ରାମଚରଣଙ୍କୁ ଏକ ଦମଦାର ଚରିତ୍ରରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କାଜଲ ଅଗ୍ରୱାଲ। ରାଜା ରାଜୁଡ଼ା ଶାସନର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚର୍ଚ୍ଚିତ ସାଉଥ୍ ନିର୍ଦ୍ଦେଶକ ରାଜାମୌଲୀ। ଏହାକୁ ଆପଣ ହିନ୍ଦୀ ଭାଷାରେ ମଧ୍ୟ ଦେଖିବାକୁ ପାଇବେ।

ୟେଭଡୁ

ରାମଚରଣ ଓ ଶ୍ରୁତି ହାସନଙ୍କ ଅଭିନୀତ ଏହି ଫିଲ୍ମ ସାଉଥ୍ ଇଣ୍ଡଷ୍ଟ୍ରୀରେ ହିଟ୍ ସାବସ୍ତ୍ୟ ହୋଇଥିଲା। ଏଥିରେ ରାମଚରଣଙ୍କୁ ଆପଣ ଡବଲ ରୋଲରେ ଦେଖିବାକୁ ପାଇବେ।। ତା ସହିତ ଏଥିରେ ଅଲ୍ଲୁ ଅର୍ଜୁନ୍ ଓ କାଜଲ ଅଗ୍ରୱାଲ ମଧ୍ୟ ନଜର ଆସିଛନ୍ତି।

ବ୍ରୁସ୍ ଲି

ରାମଚରଣଙ୍କ ଆଉ ଏକ ହିନ୍ଦୀ ଡବିଂ ଲଭଷ୍ଟୋରୀ ଫିଲ୍ମ ହେଉଛି ବ୍ରୁସ୍ ଲି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ରାକୁଲପ୍ରୀତ୍। ଏହି ଫିଲ୍ମଟି ଆପଣଙ୍କୁ ହିନ୍ଦୀ ଭାଷାରେ ମିଳିବା ସହିତ ଏହାର ଦମଦାର କାହାଣୀ ମଧ୍ୟ ଆପଣଙ୍କୁ ପସନ୍ଦ ଆସିପାରେ।

ଧ୍ରୁବା

ଅରବିନ୍ଦ ସ୍ୱାମୀ, ରାକୁଲ ପ୍ରୀତ ଓ ରାମଚରଣଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମ ଏକ ରୋମାଣ୍ଟିକ୍ ସହ ଥ୍ରୀଲର କାହାଣୀକୁ ନେଇ ହୋଇଛି। ଏଥିରେ ରାମଚରଣଙ୍କୁ ଜଣେ ଆଇପିଏସ୍ ଅଫିସର ଭାବେ ଦେଖିବାକୁ ମିଳିବ।

Comment