ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଫିଲ୍ମର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ଡିୟର କ୍ରମେଡ୍ ଓ ଗୀତ ଗୋବିନ୍ଦମ ଭଳି ସୁପରହିଟ୍ ଫିଲ୍ମ ଜରିଆରେ ସେ ଏବେ ଦର୍ଶକଙ୍କ ନିକଟତର ହୋଇପାରିଛନ୍ତି।

ଜାଣନ୍ତୁ, ରଶ୍ମିକାଙ୍କ କେତୋଟି ହିନ୍ଦୀ ଡବିଂ ଫିଲ୍ମ ବିଷୟରେ…

ଗୀତ ଗୋବିନ୍ଦମ (Geetha Govindam)

୨୦୧୮ ମସିହାରେ ମସିହାରେ ରିଲିଜ୍ ହୋଇଥିବା ତେଲୁଗୁ ରୋମାଣ୍ଟିକ୍ ଗୀତ ଗୋବିନ୍ଦମରେ ଆପଣ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ବିଜୟ ଦେବରକୋଣ୍ଡା। ଏକ ସୁନ୍ଦର ପ୍ରେମ କାହାଣୀକୁ  ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ। ଏହାକୁ ଆପଣ ୟଟ୍ୟୁବ କିମ୍ବା ଅନ୍ୟ କେତେକ ୱେବସାଇଟରେ ପାଇପାରିବେ।

ଡିୟର କ୍ରମେଡ୍ (Dear Comrade)

୨୦୧୯ରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଡିୟର କମ୍ରେଡ୍ ରିଲିଜ ହୋଇଥିଲା। ଏହି ଫିଲ୍ମଟି ଏକ ଚତ୍ମକାର ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବାବେଳେ ଏଥିରେ ରଶ୍ମିକାଙ୍କ ମନଛୁଆଁ ଅଭିନୟ ମଧ୍ୟ ସମସ୍ତଙ୍କ ପସନ୍ଦ ଆସିଥିଲା। ଏହି ଫିଲ୍ମଟି ମଧ୍ୟ ହିନ୍ଦୀ ଭାଷାରେ ୟୁଟ୍ୟୁବରେ ଉପଲବ୍ଧ ଅଟେ।ଚଲୋ (chalo)

୨୦୧୮ ମସିହାରେ ନାଗା ସୂରିଆ ଓ ରଶ୍ମିକାଙ୍କ ଫିଲ୍ମ ଚଲୋ ରିଲିଜ୍ ହୋଇଥିଲା। ମୂଳ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମଟି ବର୍ତ୍ତମାନ ୟଟ୍ୟୁବରେ ମଧ୍ୟ ଉପଲବ୍ଧ।ଡନ୍ ଔର ଡକ୍ଟର (Don aur Doctor)

ସାଉଥ୍ ଅଭିନେତା ନାଗାର୍ଜୁନ୍, ନାନିଙ୍କ ଏହି ଫିଲ୍ମରେ ଆପଣ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ପାଇବେ। ୨୦୧୮ ତେଲୁଗୁ ଫିଲ୍ମ ଦେବାଦାସକୁ ହିନ୍ଦୀରେ ଡବିଂ କରି ଏହାର ନିର୍ମାଣ କରାଯାଇଛି। ଏହି ଫିଲ୍ମରେ ରଶ୍ମିକାଙ୍କ ଭିନ୍ନ ଧରଣର ଅଭିନୟ ମଧ୍ୟ ସମସ୍ତଙ୍କୁ ପସନ୍ଦ ଆସିଛି।

Comment