ଓଡ଼ିଶାଲାଇଭ୍ ବ୍ୟୁରୋ

ହାତକୁ ଦି ହାତ ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ। ଖୁବଶୀଘ୍ର ସେ ଯୁବ ଉଦ୍ୟୋଗୀ ଗୌତମ କିଚଲୁଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

କାଜଲଙ୍କ ଏହି ବିବାହ ଉତ୍ସବ ମୁମ୍ବାଇରେ ଆୟୋଜିତ ହେବ। ଏହା ଦୁଇଦିନ ଧରି ଚାଲିବ। ଏଥିରେ ଅଳ୍ପ କିଛି ଅତିଥି ଯୋଗଦେବେ ବୋଲି କୁହାଯାଉଛି। ତେବେ ଏହି ବିବାହ ଉତ୍ସବ କେଉଁ ହୋଟେଲରେ ଆୟୋଜିତ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହି।

ସାଉଥ୍ ଅଭିନେତ୍ରୀ କାଜଲ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ ନିକଟତର ହୋଇପାରିଛନ୍ତି। ଦକ୍ଷିଣ ଭାରତର ଫିଲ୍ମ ସହିତ ସେ କେତେକ ବଲିଉଡ୍ ଫିଲ୍ମ ମଧ୍ୟ କରିଛନ୍ତି। ତାଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ‘ସିଂହମ’ ବକ୍ସଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା।

Comment