ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ ତାରିଖରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କର ହଳଦୀ ଓ ମେହେନ୍ଦୀ ଉତ୍ସବ ଶେଷ ହୋଇଛି। ଗୁରୁବାର ଦିନ କାଜଲ ନିଜ ମେହେନ୍ଦୀ ଉତ୍ସବର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ସେମାନେ କାଜଲଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରିବା ସହ ଶୁଭକାମନା ଜଣାଉଛନ୍ତି।

ଏହାପୂର୍ବରୁ କାଜଲ ନିଜ ଭଉଣୀ ନିଶାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ। ଏଥିରେ ସେ ଲେଖିଥିଲେ- “ମିସେସ୍ ଅଗ୍ରଓ୍ଵାଲ ହେବା ପୂର୍ବରୁ ମୋ ପାର୍ଟନର ନିଶା ସହ ଶେଷ ଦୁଇ ଦିନ।” ଦୁଇ ଭଉଣୀଙ୍କ ଏହି ଫଟୋକୁ ମଧ୍ୟ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।କାଜଲ ଚଳିତ ମାସରେ ନିଜ ବିବାହକୁ ନେଇ ସୂଚନା ଦେଇଥିଲେ। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଥିଲେ ଯେ, ଅକ୍ଟୋବର ୩୦ ତାରିଖରେ ସେ ବ୍ୟବସାୟୀ ତଥା ଇଣ୍ଟେରିୟର ଡିଜାଇନ ଇ-କମର୍ସ ପ୍ଲାଟ୍‌ଫର୍ମ Discern Livingର ମାଲିକ ଗୌତମଙ୍କୁ ବିବାହ କରିବେ। ଏହି ବିବାହ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହେବ। ତେବେ କରୋନା କଟକଣା ଯୋଗୁ ଏଥିରେ କେବଳ ତାଙ୍କ ପରିବାର ଲୋକ ସାମିଲ ହେବେ ବୋଲି କାଜଲ ଲେଖିଥିଲେ।

Comment