ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଗାୟିକା ନେହା କକ୍କରଙ୍କ ପରେ ଆଜି ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ। କାଜଲଙ୍କ ବିବାହ ମୁମ୍ବାଇରେ ବ୍ୟବସାୟୀ ଗୌତମ କିଚଲୁଙ୍କ ସହ ନିରାଡମ୍ବର ଭାବରେ ହେବ। କରୋନା ଯୋଗୁଁ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟ ଏହି ବିବାହରେ ଯୋଗ ଦେବେ।

ଅନ୍ୟପଟେ କାଜଲ ତାଙ୍କ ବିବାହ ପୂର୍ବରୁ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ହଳଦୀ ଓ ମେହେନ୍ଦୀ ଉତ୍ସବରେ ଭଉଣୀଙ୍କ ସହ ମସ୍ତି କରୁଥିବା ନଜର ଆସୁଛନ୍ତି।

ଏହି ଫଟୋକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ସେମାନେ କାଜଲଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରିବା ସହ ଶୁଭକାମନା ଜଣାଉଛନ୍ତି।

Comment