ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଗାୟିକା ନେହା କକ୍କରଙ୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ। ଏଥିପାଇଁ ତାଙ୍କ ଘରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ବିବାହ ପୂର୍ବର କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଗଲାଣି।

ଦୁଇ ଦିନ ପରେ ଅକ୍ଟୋବର ୩୦ ରେ କାଜଲ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିବେ। ଗୌତମ ହେଲେ ଜଣେ ବ୍ୟବସାୟୀ। ଅନ୍ୟପଟେ କାଜଲ ତାଙ୍କ ବିବାହ ପୂର୍ବରୁ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଭଉଣୀଙ୍କ ସହ ମସ୍ତି କରୁଥିବା ନଜର ଆସୁଛନ୍ତି।

ମୁମ୍ବାଇରେ କାଜଲ-ଗୌତମଙ୍କ ବିବାହ ନିରାଡମ୍ବର ଭାବରେ ହେବ। କରୋନା ଯୋଗୁଁ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟ ଯୋଗ ଦେବେ।

Comment