ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋbollywood celebrity

୨୦୨୦ରେ ଅନେକ ନାମୀଦାମୀ ଷ୍ଟାର ହାତକୁ ଦୁଇ ହାତ ହୋଇଛନ୍ତି। ଏହି ତାଲିକାରେ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ, ଗାୟିକା ନେହା କକ୍କର, ଅଭିନେତ୍ରୀ ପୂଜା ବାନାର୍ଜୀ, ନତାଶାଙ୍କ ନାଁ ସାମିଲ ଅଛି। ଏହି ସେଲିବ୍ରିଟିମାନେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଚଳିତ ବର୍ଷ ପ୍ରଥମ ଥର ଲାଗି ବୁଧବାର ‘କର୍‌ବା ଚୌଥ୍‌’ ପାଳନ କରିବେ।

କାଜଲ ଅଗ୍ରଓ୍ୱାଲ

ବଲିଉଡ ତଥା ସାଉଥ ଅଭିନେତ୍ରୀ ଗତ ଅକ୍ଟୋବର ୩୦ ତାରିଖରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ମୁମ୍ବାଇରେ ନିରାଡମ୍ବର ଭାବେ ତାଙ୍କ ବାହାଘର ସମ୍ପନ୍ନ ହୋଇଥିଲା। ବିବାହ ପରେ କାଜଲ ପ୍ରଥମ ଥର ‘କର୍‌ବା ଚୌଥ’ ପାଳିବେ।

ନେହା କକ୍କର

ଗାୟିକା ନେହା କକ୍କର ମଧ୍ୟ ଏଥର ପ୍ରଥମ ଥର ଲାଗି ସ୍ୱାମୀ ରୋହନପ୍ରୀତଙ୍କ ପାଇଁ ‘କର୍‌ବା ଚୌଥ’ ପାଳନ କରିବେ। ନେହାଙ୍କର ଅକ୍ଟୋବର ୨୪ରେ ଦିଲ୍ଲୀରେ ବାହାଘର ହୋଇଥିଲା। ବିବାହ ପରେ ନେହା ତାଙ୍କ ଶାଶୂଘର ପଞ୍ଜାବ ଯାଇଥିଲେ। ଏବେ ସେ ପୁଣି ମୁମ୍ବାଇ ଫେରି ଆସିଛନ୍ତି।

ନତାଶା

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଲକଡାଉନ ସମୟରେ ଜୁନ୍‌ ମାସରେ ବିବାହ କରିଥିଲେ। କିଛି ମାସ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କର ନିର୍ବନ୍ଧ ହୋଇଥିଲା। ତେବେ ନତାଶଙ୍କ ଲାଗି ମଧ୍ୟ ଏହା ହେଉଛି ପ୍ରଥମ ‘କର୍‌ବା ଚୌଥ’।

ପ୍ରାଚୀ ଟେହଲନ

ଟିଭି ଜଗତର ଜଣାଶୁଣା ଚେହେରା ପ୍ରାଚୀ ଟେହଲନ ଏହି ବର୍ଷ ଅଗଷ୍ଟରେ ବ୍ୟବସାୟୀ ରୋହିତ ସରୋହାଙ୍କ ବିବାହ କରିଥିଲେ। ବିବାହ ପରେ ସେ ବୁଧବାର ପ୍ରଥମ ‘କରବା ଚୌଥ’ ପାଳନ କରିବେ।

ପୂଜା ବାନାର୍ଜୀ

ଲକଡାଉନ୍ ସମୟରେ ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ମଧ୍ୟ ବିବାହ କରିଥିଲେ। ଗତ ୧୨ ବର୍ଷ ଧରି ପୂଜା ଏବଂ କୁନାଲ ରିଲେସନସିପ୍‌ରେ ଥିଲେ। ପୂଜା ଏଥର କୁନାଲଙ୍କ ପାଇଁ ପ୍ରଥମ ଥର ‘କର୍‌ବା ଚୌଥ୍‌’ ପାଳନ କରିବେ।

LEAVE A REPLY

Please enter your comment!
Please enter your name here