ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍‌ ସୁନ୍ଦରୀ କାଜଲ ଅଗ୍ରଓ୍ୱାଲ ଆଜି ୩୫ ବର୍ଷ ବୟସରେ ପାଦ ଦେଇଛନ୍ତି। କାଜଲ ୧୯୮୫ରେ ଜନ୍ମ ହୋଇଥିଲେ।

ଅଜୟ ଦେବଗନଙ୍କ ସହ ‘ସିଙ୍ଘମ’ରେ ଲିଡ୍‌ ରୋଲରେ ନଜର ଆସିଥିଲେ ସାଉଥ୍‌ ସୁନ୍ଦରୀ କାଜଲ ଅଗ୍ରଓ୍ୱାଲ। ଏହି ଫିଲ୍ମ ହିଟ ହୋଇଥିଲା କିନ୍ତୁ ଭାଗ୍ୟ କାଜଲଙ୍କ ସାଥ୍‌ ଦେଇନଥିଲା। କାରଣ ଏହି ଫିଲ୍ମ ପରେ ବଲିଉଡରେ ବ୍ରେକ ମିଳିବାରେ ବିଳମ୍ବ ହୋଇଥିଲା।

ବହୁ ଦିନର ବ୍ୟବଧାନ ପରେ ସିଙ୍ଘମ ଛଡ଼ା କାଜଲଙ୍କୁ ‘ସ୍ପେଶାଲ୍ ୨୬’ ଏବଂ ‘ଦୋ ଲବଜୋ କି କାହାନୀ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ତେବେ କାଜଲ ବଲିଉଡରେ ସଂଘର୍ଷ କରିଥାଇ ପାରନ୍ତି, କିନ୍ତୁ ସାଉଥ ଇଣ୍ଡଷ୍ଟ୍ରିରେ କାଜଲଙ୍କ ନାମ ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସେ। ବଲିଉଡ ଫିଲ୍ମରେ କମ୍‌ ନଜର ଆସିଲେ ବି କାଜଲଙ୍କ ପାଖରେ ସାଉଥ ଫିଲ୍ମର ଅଭାବ ନାହିଁ। ସାଉଥ୍‌ ଇଣ୍ଡଷ୍ଟ୍ରିରେ କାଜଲ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଛନ୍ତି।

କାଜଲଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଫିଲ୍ମ ହେଉଛି ‘ମାଗଧୀରା’। ଏହି ଫିଲ୍ମରେ ରାଜମୌଲି ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ରିଲିଜ୍ ହେବା ପରେ ଏହା ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା। ​​ ଚିରଞ୍ଜୀବୀଙ୍କ ପୁଅ ରାମଚରଣ ଏହି ଫିଲ୍ମରେ ହିରୋ ଥିଲେ। ଏହି ଫିଲ୍ମ ପାଇଁ ପାଇଁ କାଜଲ ୨କୋଟି ଟଙ୍କା ନେଇଥିଲେ।

ଫିଲ୍ମ ବ୍ୟତୀତ କାଜଲ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରୁଛନ୍ତି। ସେଥିରୁ ମଧ୍ୟ ସେ ବେଶ୍‌ ଟଙ୍କା ଆୟ କରୁଛନ୍ତି।

Comment