ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦକ୍ଷିଣ ଭାରତୀୟ ଫିଲ୍ମର ଅଭିନେତ୍ରୀମାନେ ଦେଖିବାକୁ ଯେତିକି ସୁନ୍ଦର, ସେମାନଙ୍କ ଅଭିନୟ ମଧ୍ୟ ସେତିକି ଦମ୍‌ଦାର। ଯେଉଁଥି ପାଇଁ ସେମାନେ ନେଇଥାନ୍ତି କୋଟି କୋଟି ଟଙ୍କାର ପାରିଶ୍ରମିକ। ଆସନ୍ତୁ ଜାଣିବା କେଉଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଅନ୍ତି କେତେ ଟଙ୍କା?

ଅନୁଷ୍କା ସେଟ୍ଟି

ବାହୁବଳୀ ହିରୋଇନ୍‌ ଅନୁଷ୍କା ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୪ କୋଟି ଟଙ୍କା। ୨୦୦୫ରେ ତେଲେଗୁ ଫିଲ୍ମ ସୁପରରୁ ସୁପର ଡୁପର ହିଟ୍‌ ହୋଇଥିଲେ ଅନୁଷ୍କା।

ସାମନ୍ଥା ଅକିନେନି

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ସାମନ୍ଥା ଅକିନେନି। ଟଲିଉଡ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ବୋହୂ ସାମନ୍ଥା ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୨ କୋଟି ଟଙ୍କା। ୨୦୧୦ରେ ସାମନ୍ଥା ଟଲିଉଡ୍‌ରେ ପାଦ ଥାପିଥିଲେ।

କାଜଲ ଅଗ୍ରଓ୍ୱାଲ

ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି କାଜଲ ଅଗ୍ରଓ୍ୱାଲ। କାଜଲ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୨କୋଟି ଟଙ୍କା। ୨୦୦୭ରେ ତେଲେଗୁ ସିନେକା ଲକ୍ଷ୍ମୀ କଲ୍ୟାଣମ୍‌ରୁ ଆରମ୍ଭ ହୋଇଥିଲା କାଜଲଙ୍କ କ୍ୟାରିୟର।

କିର୍ତ୍ତି ସୁରେଶ

ଟଲିଉଡ୍‌ ସୁନ୍ଦରୀ କିର୍ତ୍ତି ଗୋଟିଏ ଫିଲ୍ମ ପାଇଁ ନେଇଥା’ନ୍ତି ଦେଢ଼ କୋଟି ଟଙ୍କା। ୨୦୧୩ରେ ତେଲେଗୁ ଇଣ୍ଡଷ୍ଟ୍ରିରେ ଲିଡ୍‌ ଆକ୍ଟର ଭାବେ ଅଭିନୟ କରଥିଲେ।

ଶ୍ରୁତି ହାସନ

କମଲ ହାସନଙ୍କ ଲଳନା ଶ୍ରୁତି ହାସନ ରହିଛନ୍ତି ପଞ୍ଚମ ସ୍ଥାନରେ। ଶ୍ରୁତି ଗୋଟିଏ ଫିଲ୍ମ ପାଇଁ ଗୋଟେ କୋଟି ଟଙ୍କା ପାରଶ୍ରମିକ ନେଇଥାନ୍ତି। ୧୯୯୯ରେ ଟଲିଉଡରେ ଏଣ୍ଟ୍ରି କରିଥିଲେ ଶ୍ରୁତି।

ରକୁଲପ୍ରିତ୍‌ ସିଂହ

ମଡେଲ ତଥା ରକୁଲପ୍ରିତ୍‌ ସିଂହ ରହିଛନ୍ତି ଷଷ୍ଠ ସ୍ଥାନରେ। ରକୁଲ କନ୍ନଡ ଫିଲ୍ମ ଗିଲ୍ଲିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଗୋଟିଏ ଫିଲ୍ମ ପାଇଁ ରକୁଲ ଗୋଟିଏ କୋଟି ଟଙ୍କା ଚାର୍ଜ କରିଥାନ୍ତି।

ନୟନତାରା

ସେନ୍‌ସେସ୍‌ନାଲ ଷ୍ଟାର ନୟନତାରାଙ୍କ ଡିମଣ୍ଡ ଟଲିଉଡରେ ଖୁବ୍‌ ଅଧିକ। ମାଲାୟାଲାମ ଫିଲ୍ମ ମାନସି ନାକରିରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ନୟନତାରା। ଗୋଟିଏ ଫିଲ୍ମ ପିଛା ନେଇଥାନ୍ତି ୧ କୋଟି ଟଙ୍କା।

Comment