ଓଡ଼ିଶାଲାଇଭ୍‌ ବ୍ୟୁରୋ

ବି ଟାଉନ୍‌ ଡିଭାଙ୍କ ଭଳି ଦକ୍ଷିଣ ଭାରତୀୟ ଅଭିନେତ୍ରୀମାନେ ମଧ୍ୟ ଫ୍ୟାଶନ ମାମଲାରେ କାହାଠୁ କମ୍‌ ନୁହନ୍ତି। ଟଲିଉଡ ଇଣ୍ଡଷ୍ଟ୍ରିର କିଛିରେ କିଛି ଏମିତି ହିରୋଇନ ଅଛନ୍ତି ଯେଉଁମାନେ ନିଜ ଷ୍ଟାଇଲ ପାଇଁ ଫ୍ୟାଶନ ଆଇକନ ହୋଇପାରିଛନ୍ତି।

ଆସନ୍ତୁ ଜାଣିବା ସେମିତି କିଛି ଚର୍ଚ୍ଚିତ ଚେହେରାଙ୍କ ଷ୍ଟାଇଲ ବିଷୟରେ…

କାଜଲ ଅଗ୍ରଓ୍ୱାଲ

ଟଲିଉଡ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ ସବୁବେଳେ କିଛି ନା କିଛି କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଶାଢ଼ି ହେଉ ବା ଓ୍ୱେଷ୍ଟର୍ଣ୍ଣ ଡ୍ରେସ ସବୁଥିରେ ସେ ଫିଟ୍‌।

ତମନ୍ନା ଭାଟ୍ଟିୟା

ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ମଧ୍ୟ ଷ୍ଟାଇଲରେ କିଛି କମ୍‌ ନୁହଁନ୍ତି। ସୋସିଆଲ ମିଡିଆରେ ତାଙ୍କର ଅଜବ ଫଟୋ ପୋଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

ତାପସୀ ପନ୍ନୁ

ଟଲିଉଡର ଜଣେ ଅନ୍ୟତମ ସଫଳ ହିରୋଇନ ହେଲେ ତାପସୀ। ସବୁ ମାସରେ ସେ କୌଣସି ନା କୌଣସି ମାଗାଜିନର କଭର ପେଜରେ ନଜର ଆସନ୍ତି। ତାଙ୍କ ଡ୍ରେସିଙ୍ଗ୍‌ ସେନ୍ସ ସମସ୍ତଙ୍କୁ ପାଗଳ କରିଥାଏ। ବଲିଉଡରେ ବି ସେ ସକ୍ରିୟ ଅଛନ୍ତି।

ଶ୍ରୁତି ହାସନ

ଟଲିଉଡର ସବୁଠୁ ସୁନ୍ଦରୀ ଓ ଫିଟ୍‌ ହିରୋଇନ ହେଲେ ଶ୍ରୁତି ହାସନ। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହନ୍ତି ସେ। ଶ୍ରୁତିଙ୍କୁ ଅନେକ ନିଜ ଫ୍ୟାଶନ ଆଇକନ ବୋଲି ମାନନ୍ତି।

LEAVE A REPLY

Please enter your comment!
Please enter your name here