ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ, ଟଲିଉଡରେ ସବୁଠି ନିଜର ଅଭିନୟର ଯାଦୁ ଦେଖାଇଥିବା ଶ୍ରୀୟା ସରନଙ୍କ ବିଷୟରେ କିଛି ରୋଚକ କଥା।

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଲେ ଶ୍ରୀୟା ସରନ। ସାଉଥ୍ ଫିଲ୍ମ ବ୍ୟତୀତ ସେ ଅନେକ ବଲିଉଡ ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଅନେକ ସୁପରଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ଉତ୍ତରାଖଣ୍ଡରେ ଜନ୍ମିତ ଶ୍ରୀୟା କିଭଳି ବଲିଉଡ ଓ ଟଲିଉଡ ୨ଟି ଯାକ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠା କରପାରିଛନ୍ତି ଆସନ୍ତୁ ଜାଣିବା।

ଶ୍ରୀୟା ସରନ ୧୧ସେପ୍ଟେମ୍ବର ୧୯୮୨ ରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀରୁ ନିଜର ପାଠ ପଢ଼ା ସାରିଥିଲେ। ଜଣେ ଭଲ ଛାତ୍ରୀ ହେବା ସହିତ ସେ ଜଣେ ଉ ଭଲ ଡ୍ୟାନ୍ସର ମଧ୍ୟ ଥିଲେ। ସେ ତାଙ୍କ ମାଙ୍କଠାରୁ କଥକ ଏବଂ ରାଜସ୍ଥାନୀ ଲୋକ ନୃତ୍ୟର ଟ୍ରେନିଂ ନେଇଥିଲେ। ଡ୍ୟାନ୍ସ ଯୋଗୁଁ ତାଙ୍କ ଏକ ବଡ଼ ସୁଯୋଗ ମିଳିଥିଲା।

ସେ ପ୍ରଥମେ ମ୍ୟୁଜିକ୍ ଭିଡିଓ ‘ଥିର୍କତି କ୍ୟୁଁ ହାୱା’ରେ ଅଭିନୟ କରିଥିଲେ। ପ୍ରଥମ ଥର କ୍ୟାମେରାକୁ ସାମ୍ନା କରିଥିବା ଶ୍ରୀୟାଙ୍କର ଏହି ମ୍ୟୁଜିକ ଭିଡିଓ ଭାଗ୍ୟ ବଦଳେଇ ଦେଇଥିଲା।

ଏହି ମ୍ୟୁଜିକ୍ ଭିଡିଓ ପରେ ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମୋଜି ତାଙ୍କ ଫିଲ୍ମ’ଇସ୍ଥମ୍’ ପାଇଁ ଶ୍ରୀୟା ସରନଙ୍କୁ ସାଇନ୍‌ କରାଇଥିଲେ। ଏହା ବ୍ୟତୀତ ଶ୍ରୀୟା ଏକାସାଙ୍ଗରେ ଆଉ ଚାରିଟି ଫିଲ୍ମରେ କାମ କରିବାର ସୁଯୋଗ ପାଇଲେ ।

ଏହା ପରେ ସେ ୨୦୦୪ରେ ମସିହାରେ ‘ଥୋଡ଼ା ତୁମ୍‌ ବଦଲୋ, ଥୋଡା ହମ୍‌ ବଦଲେ’ରେ କାମ କରିବାର ସୁଯୋଗ ପାଇଥିଲେ। ଏଥି ସହିତ ଶ୍ରୀୟା ସରନ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଶିବାଜୀ ଦ ବସ୍’ରୁ ପ୍ରକୃତ ପରିଚୟ ପାଇଥିଲେ। ୨୦୦୭ ମସିହାରେ ଏହି ଫିଲ୍ମ ରିଏିଜ ହୋଇଥିଲା।BGU

ବଲିଉହରେ ଫିଲ୍ମ ‘ଦୃଶ୍ୟମ’ରୁ ସେ ଲୋକପ୍ରିୟତା ହାସଲ କରିଥିଲେ। ଏହି ଫିଲ୍ମରେ ସେ ଅଜୟ ଦେବଗନଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ଶ୍ରୀୟା ସରନ୍ ତାଙ୍କ ସ୍ୱାମୀ ଆଣ୍ଡ୍ରେ କୋଚିଭଙ୍କ ସହ ବିଦେଶରେ ସମୟ ବିତାଉଛନ୍ତି।

Comment