ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି କାଜଲ ଅଗ୍ରୱାଲଙ୍କ ପର୍ଯ୍ୟନ୍ତ ଅଭିନୟ ସାଙ୍ଗକୁ ବ୍ୟବସାୟରେ ବି ବେଶ୍ ମାହିର୍।

ନାୟିକାମାନେ ଯେତେ ଅଧିକ ରୋଜଗାର କରିଲେ ବି ମନେକରନ୍ତି ତାହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ଅଭିନେତ୍ରୀମାନେ ଅଭିନୟ ସାଙ୍ଗକୁ ସାଇଡ୍ ବିଜନେସ୍ କରିଥାନ୍ତି। ଆସନ୍ତୁ କେତେକ ଲୋକପ୍ରିୟ ନାୟିକାଙ୍କର ସାଇଡ୍ ବିଜିନେସ୍ ସମ୍ପର୍କରେ…

କଙ୍ଗନା ରାନାୱତ୍

ବଲିଉଡ଼ କୁଇନ୍ କଙ୍ଗନା ରାନାୱତ୍ ଜଣେ ସଫଳ ନାୟିକା ହେବା ପରେ ବି ସାଇଡ୍ ବିଜନେସ୍ କରୁଛନ୍ତି। ସେ ନିଜ ଭଉଣୀଙ୍କ ସହ ମିଶି ରିଅଲ୍ ଇଷ୍ଟେଟ୍ ବ୍ୟାପାରରେ ପଶିଥିଲେ। ଏବେ କଙ୍ଗନା ସିନେ ପ୍ରଯୋଜନାରେ ବି ପ୍ରବେଶ କରିଛନ୍ତି।

ତାପସୀ ପାନୁ

ସାଉଥ୍‌ର ଜଣେ ନାମୀ ନାୟିକା ହେଲେ ତାପସୀ ପାନୁ। ସେ ବଲିଉଡ଼ରେ ବି କମ୍ ଲୋକପ୍ରିୟ ନୁହଁନ୍ତି। ତାଙ୍କୁ ଦର୍ଶକ ‘ଚଷମେ ବଦୁର’, ‘ମେଁ ତେରା ହିରୋ’, ‘ପିଙ୍କ୍’ ଓ ‘ଜୁଡୱା-୨’ ଭଳି ହିନ୍ଦୀ ସିନେମାରେ ଦେଖିଛନ୍ତି। ତାପସୀ ପାନୁଙ୍କର ସାଇଡ୍ ବିଜନେସ୍ ହେଲା ୱେଡିଂ କମ୍ପାନି। ସେ ନିଜ ଭଉଣୀ ସଗୁନ୍ ପାନୁଙ୍କ ସହିତ ମିଶି ‘ଦ ୱେଡିଂ ଫ୍ୟାକ୍ଟ୍ରି’ ନାମକ ଏକ ୱେଡିଂ କମ୍ପାନିର ପରିଚାଳନା କରୁଛନ୍ତି। ଏହି କମ୍ପାନି ବିବାହ ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଇ ଦେଇଛି। ଏହି ବ୍ୟବସାୟ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ତାପସୀ କହନ୍ତି। ସେ ଏହି ବ୍ୟବସାୟକୁ ଅଭିନୟ ସହିତ ଜାରି ରଖିବେ ବୋଲି କହିଛନ୍ତି।

ରକୁଲ ପ୍ରୀତସିଂହ

ସାଉଥ୍‌ର ଜଣାଶୁଣା ନାୟିକା ରକୁଲ୍‌ ପ୍ରୀତସିଂହ ୨୦୧୫ରେ ରିଲିଜ୍ ହୋଇଥିବା ଦିବ୍ୟା କୁମାରଙ୍କ ନିର୍ଦ୍ଦେଶିତ ‘ୟାରିୟା’ ଫିଲ୍ମରେ ଅଭିନୟ କରି ବଲିଉଡ଼ରେ ଏଣ୍ଟ୍ରି ନେଇଥିଲେ। ଚଳିତବର୍ଷ ସେ ଅଜୟ ଦେବଗନଙ୍କ ବିପକ୍ଷରେ ନାୟିକା ଭୂମିକା ଲାଗି ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ରକୁଲଙ୍କର ବ୍ୟବସାୟ ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି। ଏଥିପାଇଁ ସେ ୨୦୧୬ ଫେବୃଆରୀ ମାସରେ ସେ ଜିମ ଖୋଲି ବ୍ୟବସାୟ କରୁଛନ୍ତି। ଏହାର ନାମ ହେଲା ‘ଏଫ୍-୪୫’।

ଇଲିଆନା ଡିକ୍ରୁଜ୍

ଅନୁରାଗ ବାସୁଙ୍କ ‘ବର୍ଫି’ ଜରିଆରେ ବଲିଉଡ଼ରେ ପ୍ରବେଶ କରିଥିବା ଇଲିଆନାଙ୍କର ଇତିମଧ୍ୟରେ ‘ମେଁ ତେରା ହିରୋ’, ‘ଫଟା ପୋଷ୍ଟର ନିକଲା ହିରୋ’, ‘ହାପି ଏଣ୍ଡିଂ’, ‘ରୁସ୍ତମ୍’, ‘ବାଦ୍‌ଶାହୋ’ ଓ ‘ମୁବାରକା’ ଆଦି ହିନ୍ଦୀ ସିନେମା ରିଲିଜ୍ ହୋଇଛି। ତାଙ୍କର ବି ସାଇଡ୍ ବିଜନେସ୍ ଅଛି। ସେ ନିଜର ଡିଜାଇନ୍ ଲେଭଲ୍ ଲଞ୍ଚ କରିଛନ୍ତି।

ଅନୁଷ୍କା ଶର୍ମା

ବଲିଉଡ଼ର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ଆଦିତ୍ୟ ଚୋପ୍ରାଙ୍କ ସୁପରହିଟ୍ ଫିଲ୍ମ ‘ରବ୍‌ନେ ବନାଦି ଯୋଡ଼ି’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ବ୍ୟାଣ୍ଡ୍ ବାଜା ବାରାତ୍’, ‘ସୁଲତାନ’, ‘ପିକେ’ ଓ ‘ଜବ୍‌ ତକ୍‌ ହେ ଜାନ୍’ ଭଳି କେତୋଟି ସୁପରହିଟ୍ ଫିଲ୍ମର ନାୟିକା ବନିଛନ୍ତି। ଆଉ ଭଲ ରୋଜଗାର ବି କରୁଛନ୍ତି ଅନୁଷ୍କା। ହେଲେ ସେ ଏତିକିରେ ସନ୍ତୁଷ୍ଟ ନାହାନ୍ତି। ଅନୁଷ୍କା ସାଇଡ୍ ବିଜନେସ୍ ଭାବେ ସିନେ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି। ସେ ନିଜର ପ୍ରଯୋଜନାରେ ‘ଏନ୍ଏଚ୍‌୧୦’ ଓ ‘ପରୀ’ ଭଳି ସିନେମା ନିର୍ମାଣ କରିଛନ୍ତି।

ତମନ୍ନା ଭାଟିଆ

ସାଉଥ୍‌ର ବହୁ ସୁପରହିଟ୍ ସିନେମାରେ ନାୟିକା ହେବା ପରେ ତମନ୍ନା ବଲିଉଡ଼ରେ ସେତେଟା ସଫଳତା ହାସଲ କରିନାହାନ୍ତି। ତାଙ୍କ ଅଭିନୀତ କେତୋଟି ହିନ୍ଦୀ ସିନେମା ହେଲା ‘ହାଉସଫୁଲ୍‌-ଥ୍ରି’, ‘ହିମ୍ମତୱାଲା’। ତେବେ ଆପଣ କ’ଣ ଜାଣନ୍ତି ଯେ ତାଙ୍କର ସାଇଡ୍‌ ବିଜନେସ୍ ଅଛି। ୨୦୧୫ରେ ତମନ୍ନା ନିଜର ଜୁଏଲାରି ବ୍ରାଣ୍ଡ୍ ଲଞ୍ଚ କରିଛନ୍ତି। ଏହାର ନାମ ହେଲା ‘ହ୍ୱାଇଟ୍ ଆଣ୍ଡ୍ ଗୋଲ୍‌ଡ’। ଏଥିରୁ ବେଶ୍ ଭଲ ଆୟ କରୁଛନ୍ତି ତମନ୍ନା।

ଶ୍ରିୟା ସରନ୍

ଟଲିଉଡ଼ ଓ ବଲିଉଡ଼ର ଜଣାଶୁଣା ହିରୋଇନ୍ ଶ୍ରିୟା ସରନ୍ ଏକ ‘ସ୍ପା’ର ମାଲିକାଣୀ। ସେ ୨୦୧୧ରେ ଏହି ସ୍ପା ଖୋଲିଥିଲେ। ଶ୍ରିୟାଙ୍କୁ ହିନ୍ଦୀ ସିନେମା, ‘ଦୃଶ୍ୟମ୍‌’ରେ ଅଜୟ ଦେବଗନଙ୍କ ବିପକ୍ଷରେ ଶେଷଥର ପାଇଁ ଦେଖିବାକୁ ପାଇଥିଲେ ଦର୍ଶକ।

କାଜଲ୍ ଅଗ୍ରୱାଲ୍

ସାଉଥ୍‌ର ଲୋକପ୍ରିୟ ହିରୋଇନ୍ କାଜଲ ଅଗ୍ରୱାଲ୍ ବଲିଉଡ଼ରେ ‘ସିଂଘମ୍’, ‘ସ୍ପେସାଲ୍ ଛବିସ୍’ ସମେତ କେତୋଟି ହିନ୍ଦୀ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି। ସେ ନିଜ ଭଉଣୀ ଦିଶା ଅଗ୍ରୱାଲଙ୍କ ସହିତ ମିଶି ଗତବର୍ଷ ଏକ ଜୁଏଲାରୀ ଲେଭଲ୍ ଲଞ୍ଚ୍ କରିଛନ୍ତି। ଏହାର ନାମ ହେଲା ‘ମାର୍‌ସାଲା’।

Comment