ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଷ୍କା ସେଟ୍ଟୀ, ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସକ୍ରିୟ ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଓ ଚୁଲବୁଲି ଚେହୋରା ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି ଏହି ଚୁଲବୁଲି ନାୟିକା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୧, ନଭେମ୍ବର ୭ରେ ଜନ୍ମ ହୋଇଥିଲେ ଅନୁଷ୍କା। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା…

ଅନୁଷ୍କାଙ୍କ ଅସଲ ନାଁ ସୁଇଟି ସେଠି। ଅନୁଷ୍କା ତାଙ୍କର ଷ୍ଟେଜ୍‌ ନାଁ। ସେ ତେଲୁଗୁ ଓ ତାମିଲ୍ ସିନେମାରେ କାମ କରିଛନ୍ତି।

ସେ ତାଙ୍କର ଅଭିନୟ ଯାତ୍ରା ତେଲୁଗୁ ସିନେମା ସୁପରରୁ ଆରମ୍ଭ କରିଥିଲେ। ଫିଲ୍ମରେ ଭଲ ଅଭିନୟ ଅଭିନୟ କରି ତିନିଟି ଫିଲ୍ମ୍ ଫେୟାର୍, ଗୋଟିଏ ନନ୍ଦି ଓ ତିନିଟି ସିନେମା ପୁରସ୍କାର ଲାଭ କରିଥିଲେ। ସୁପରହିଟ ଫିଲ୍ମ ବାହୁବଳୀରେ ଅଭିନୟ କରି ସେ ଡେର ପ୍ରଂଶସା ସାଉଣ୍ଟିଥିଲେ। 

Comment