ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦକ୍ଷିଣୀ ଓ ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ୍‌ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ କୌଣସି ବଲିଉଡ୍ କି ଟଲିଉଡ୍ ଅଭିନେତାଙ୍କ ସହିତ ତାଙ୍କର ବିବାହ ହେଉନାହିଁ ବରଂ ଘର ଲୋକଙ୍କ ପସନ୍ଦରେ ବିବାହ କରିବେ କାଜଲ।

ଘର ଲୋକଙ୍କ ପସନ୍ଦରେ ଜଣେ ବିଜ୍‌ନେସ୍‌ମ୍ୟାନ୍‌ଙ୍କୁ ଆସନ୍ତାବର୍ଷ  ବିବାହ କରିବେ କାଜଲ। ନିକଟରେ ଏକ ସାକ୍ଷାତକାରରେ ନିଜେ କାଜଲ ଏହି କଥା କହିଛନ୍ତି।

ବର୍ତ୍ତମାନ କାଜଲ ଦକ୍ଷିଣୀ ଫିଲ୍ମ “ଇଣ୍ଡିଆନ୍ ୨” ଓ ହିନ୍ଦୀ ଫିଲ୍ମ “ମୁମ୍ବାଇ ସାଗା” ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁକରି ଆସନ୍ତା ବର୍ଷ ବିବାହ କରିବାକୁ ଯୋଜନା କରିଛନ୍ତି।

Comment