ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୀ ଭାଷାରେ ରିଲିଜ ହେଲା ଓଡ଼ିଆ ସିନେମା ‘ଦମନ’। ଏବେ ଓଡ଼ିଆ ସିନେମା ଇତିହାସରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଶୁକ୍ରବାର ଦିନ ଦେଶର ୫୦୦ଟି ହଲରେ ‘ଦମନ’ ପ୍ରଦର୍ଶିତ ହୋଇଛି। ମୁମ୍ବାଇର ପିଭିଆର ହଲରେ ଏହି ସିନେମାର ପ୍ରିମିୟର ସୋ’ ହୋଇଛି। ପ୍ରିମିୟର ସୋ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବାବୁସାନ ମହାନ୍ତି, ଦୀପନ୍ୱିତ ଦାସମହାପାତ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।

୨୦୨୨ ମସିହା ନଭେମ୍ବର ୪ ତାରିଖରେ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ରାଜ୍ୟର ୪୩ଟି ହଲରେ ଏହି ଚଳଚ୍ଚିତ୍ରଟି ରିଲିଜ ହୋଇଥିଲା। ଓଡ଼ିଶା ସମେତ ଦେଶର ୬ଟି ପ୍ରମୁଖ ସହରରେ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିଲା। ଚଳଚ୍ଚିତ୍ରଟିର ଲୋକପ୍ରିୟତା ବଢ଼ିବା ପରେ ଏହାକୁ ସର୍ବ ଭାରତୀୟ ସ୍ତରରେ ଏହାକୁ ରିଲିଜ କରିବାକୁ ଯୋଜନା କରିଥିଲା ପ୍ରଯୋଜନା ସଂସ୍ଥା। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଦୀପେନ୍ଦ୍ର ସାମଲ ରହିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ। ଦମନକୁ ହିନ୍ଦୀ ଭାଷାରେ ନିର୍ମାଣ କରିଛି ପାନୋରମା ଷ୍ଟୁଡିଓ।

Tags: #Cinema #Film #Daman #OdiaCinema #HindiLaguage

LEAVE A REPLY

Please enter your comment!
Please enter your name here