ଓଡ଼ିଶାଲାଇଭ୍ ବ୍ୟୁରୋ
- ପର୍ବତାରୋହୀ ଅରୁଣିମା ପୁଣି କଲେ ଆଉ ଏକ ବିଶ୍ଵ ରେକର୍ଡ
- କୃତ୍ରିମ ଗୋଡ଼ ଜରିଆରେ ଆଣ୍ଟାର୍କଟିକାର ସବୁଠାରୁ ଉଚ୍ଚ ପର୍ବତ ଭିନସନରେ ଉଡ଼ାଇଲେ ତ୍ରିରଙ୍ଗା ପତାକା
- ବିଶ୍ଵର ପ୍ରଥମ ଦିବ୍ୟାଙ୍ଗ ପର୍ବତାରୋହୀ ଅରୁଣିମା
ସାଧାରଣତଃ ସମାଜରେ ଦିବ୍ୟାଙ୍ଗ ଲୋକମାନଙ୍କୁ ସମସ୍ତେ ସହାନୂଭତି ନଜରରେ ଦେଖିଥାନ୍ତି। ଅନେକ ସ୍ଥାନରେ ଦିବ୍ୟାଙ୍ଗ ଲୋକଟିଏ କିଛି କରିପାରିବନି ବୋଲି ବି ଲୋକ ବିଚାର କରିଥାନ୍ତି। ହେଲେ ବର୍ତ୍ତମାନ ସମାଜରେ ଏମତି ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ବିଚାରକୁ ବଦଳାଇଛନ୍ତି। ନିଜର ଦୃଢ଼ ମନୋବଳ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଏମାନଙ୍କ ତାଲିକାରେ ରହିଛନ୍ତି ବିଶ୍ଵର ପ୍ରଥମ ଦିବ୍ୟାଙ୍ଗ ପର୍ବତାରୋହୀ ଭାବେ ପରିଚୟ ସୃଷ୍ଟି କରିଥିବା ଉତ୍ତରପ୍ରଦେଶ ଝିଅ ଅରୁଣିମା ସିହ୍ନା ପୁଣି ଏକ ବିଶ୍ଵ ରେକର୍ଡ କରିଛନ୍ତି।
ଅରୁଣିମା ଏକ କୁତ୍ରିମ ଗୋଡ଼ ଜରିଆରେ ଆଣ୍ଟାର୍କଟିକାର ସବୁଠାରୁ ଉଚ୍ଚ ପର୍ବତ ଭିନସନରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। ଗୁରୁବାର ଅରୁଣିମା ଭିନସନର ଶିଖରକୁ ଛୁଇଁଥିଲେ।
ଅରୁଣିମା ପୂର୍ବରୁ କିଲିମଞ୍ଜାରୋ(ଆଫ୍ରିକା), ଏଲବ୍ରୁସ(ଋଷ), କାସ୍ଟେନ ପିରାମିଡ(ଇଣ୍ଡୋନେସିଆ), କିଜାଶ୍କୋ( ଅଷ୍ଟ୍ରେଲିଆ) ଅଙ୍କକାଗୁଆ (ସାଉଥ ଆମେରିକା) ଉଚ୍ଚ ପର୍ବତର ଶିଖର ଛୁଇଁ ସାରିଛନ୍ତି। ଭିନସନ ପର୍ବତର ଶିଖର ଛୁଇଁବା ତାଙ୍କର ଶେଷ ଲକ୍ଷ୍ୟ ଥିଲା। ସେଥିରେ ସେ ସଫଳ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟରରେ ଅରୁଣିମାଙ୍କୁ ଦେଶର ଗୌରବ କହିଛନ୍ତି। ଯିଏ ନିଜର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଜରିଆରେ ତାଙ୍କ ଲକ୍ଷ୍ୟ ହାସଲ କରିଛନ୍ତି।
Excellent!
Congratulations to @sinha_arunima for scaling new heights of success.
She is the pride of India, who has distinguished herself through her hardwork and perseverance.
Wishing her the very best for her future endeavours. https://t.co/Fi8GTQ1QVn
— Narendra Modi (@narendramodi) January 4, 2019
ଅରୁଣିମା ଉତ୍ତରପ୍ରଦେଶର ଆମ୍ବେଦକର ନଗର ନିବାସୀ। ୨୦୧୧ ମସିହାରେ ଅରୁଣିମାଙ୍କୁ କିଛି ଅପରାଧୀ ବରେଲୀ ନିକଟରେ ପଦ୍ମାବତୀ ଏକ୍ସପ୍ରେସରୁ ଫିଙ୍ଗି ଦେଇଥିଲେ। ସେହି ଦୁର୍ଘଟଣାରେ ଅରୁଣିମା ତାଙ୍କର ଗୋଟିଏ ଗୋଡ଼ ହରାଇଥିଲେ। ଗୋଟିଏ ଗୋଡ଼ ହରାଇବା ପରେ ବି ସେ ହାର ମାନିନଥିଲେ। ସେ ଏକ କୃତ୍ରିମ ଗୋଡ଼ ଲଗାଇ ଏଭରେଷ୍ଟ ଚଢ଼ିବାକୁ ଳକ୍ଷ୍ୟ ରଖିଥିଲେ।
୨୦୧୩ ମସିହାରେ ସେ ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବେ ଏଭରେଷ୍ଟ ଚଢ଼ି ବିଶ୍ଵ ରେକର୍ଡ କରିଥିଲେ। ଅରୁଣିମା ଏବେ ସିଆଇଏସଏଫ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସଫଳତା ପାଇଁ ସରକାର ତାଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
ଅରୁଣିମା ପୂର୍ବରୁ ଜାତୀୟ ସ୍ତରରେ ଜଣେ ଭଲିବଲ ଖେଳାଳି ଥିଲେ।