ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଗାଡ଼ିକୁ ଆଇ ପାର୍କିଂ ଫି ଦେବାକୁ ହେବନି। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ିବା ପାଇଁ ହେଉ ବା ଆଣିବାର ଥିବ ତେବେ ପାର୍କିଂ ଫି ଦେବାକୁ ପଡ଼ିବନି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।

ଘରୋଇ ଗାଡି ପାଇଁ କୌଣସି ପିକ୍ ଅପ୍ ଓ ଡ୍ରପ୍ ପାଇଁ କୌଣସି ସମୟ ସୀମା ରହିବନି। ଏଥିସହ ପାର୍କିଂ ଫି କିମ୍ବା ପ୍ରବେଶ ଫି ଆଦାୟ ହେବ ନାହିଁ। ଏନେଇ ଡିସେମ୍ବର ୧୦ରୁ ନୂଆ ପାର୍କିଂ ନୀତି ଆଣିଛନ୍ତି।

ପୂର୍ବରୁ ବିମାନ ଯାତ୍ରୀଙ୍କୁ ନେଇ ଆସୁଥିବା ଗାଡ଼ିକୁ ବିମାନବନ୍ଦରରେ ପ୍ରବେଶ କରିବା ପାଇଁ ପାର୍କଂ ଫି ଦେବାକୁ ପଡ଼ୁଥିଲା।

LEAVE A REPLY

Please enter your comment!
Please enter your name here