ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଛନ୍ତି। ୧୨ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ପୁଣିଥରେ ଓଡ଼ିଶା ଗସ୍ତ କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟାଳୟରୁ ସରକାରୀ କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ୨୦୧୯ ନିର୍ବାଚନ ଆଗରୁ ମୋଦିଙ୍କ ଏହି ଗସ୍ତ ଆଦିବାସୀଙ୍କ ଆସ୍ଥା ଜିଣିବା ପାଇଁ ଏକ ପ୍ରୟାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମୋଦିଙ୍କ ବାରିପଦା ଗସ୍ତ ପରେ ଯାହା ବାରିପଦା ବାସୀଙ୍କ ଦାବି ରହିଛି ଦୀର୍ଘ ଦିନ ହେବ ତାହା ପୂରଣ ହେବା ନେଇ ଆଶା ସଞ୍ଚାର ହୋଇଛି। ମୟୁରଭଞ୍ଚ ଜିଲ୍ଲାରେ ଅନେକ ଦିନ ହେବ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଓ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ଏକ ପ୍ରତିଷ୍ଠାନ ଖୋଲିବା ନେଇ ଦାବି ହୋଇଆସୁଛି।

ଏଭଳି ସ୍ଥିତିରେ ମୋଦିଙ୍କ ବକ୍ତବ୍ୟ ଓ ଘୋଷଣା ଅନେକ ଗୁରୁତ୍ୱ ବହନ କରୁଛି। ପ୍ରଧାନମନ୍ତ୍ରୀ ୨୦୧୬ରେ ବାଲେଶ୍ୱର ଗସ୍ତରେ ଆସି ଜନ ସମାବେଶକୁ ଉଦବୋଧନ ଦେଇଥିବା ବେଳେ ପୁଣି ଅଢେଇ ବର୍ଷ ପରେ ଉତ୍ତର ଓଡ଼ିଶା ଆସୁଛନ୍ତି। ତେବେ ମୋଦିଙ୍କ ଉଦବୋଧନକୁ ହିଁ ଅପେକ୍ଷା।

LEAVE A REPLY

Please enter your comment!
Please enter your name here