ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

- ଏସ୍ଏଚ୍ଜିଙ୍କୁ ବିନା ସୁଧରେ ଋଣ
- ୬ ଲକ୍ଷ ଏସ୍ଏଚଜିଙ୍କୁ ସ୍ମାର୍ଟଫୋନ୍
- ୩୩୮ଟି ମହାସଂଘ ଉପକୃତ
- ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ
- ଆପଣଙ୍କ ଖୁସିରେ ମୋ’ ଖୁସି: ନବୀନ
ପୁରୀ ତାଳବଣିଆସ୍ଥିତ ପଡ଼ିଆରେ ଆୟୋଜିତ ମଶିନ୍ ଶକ୍ତି ସମ୍ମିଳନୀରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ମିଳନୀକୁ ସମ୍ବୋଧିତ କରି ମହିଳାଙ୍କ ଲାଗି ଅନେକ କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଏସ୍ଏଚ୍ଜି ଗ୍ରୁପ୍କୁ ବିନା ସୁଧରେ ଋଣ ଦେବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହଁ, ମହିଳାମାନେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ ଯାହାଦ୍ୱାରା ପାଖାପାଖି ୭୦ଲକ୍ଷ ମହିଳା ଉପକୃତ ହୋଇପାରିବେ। ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଆପଣଙ୍କ ଖୁସିରେ ମୋ ଖୁସି’।
ଏହା ବ୍ୟତିତ ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘ ପାଇଁ ୨୫ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯିବ। ଏଥିରେ ୩୩୮ଟି ମହାସଂଘ ଉପକୃତ ହୋଇପାରିବେ। ୬ଲକ୍ଷ ଏସ୍ଏଚଜିଙ୍କୁ ସ୍ମାର୍ଟଫୋନ୍ ପାଇଁ ୩ହଜାର ଟଙ୍କା ଲେଖାଏଁ ଦିଆଯିବ। ଏସ୍ଏଚଜି ଗ୍ରୁପ୍ମାନଙ୍କୁ ମୋଟ୍ ୭୦୦କୋଟି ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ୩୦ଲକ୍ଷ ନୂଆ ସଦସ୍ୟ ଯେଉଁମାନେ ଏସ୍ଏଚଜି ଗ୍ରୁପରେ ସାମିଲ ହୋଇଛନ୍ତି ସେମାନଙ୍କ ଲାଗି ୪୦୦କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି।
















