ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବର୍ଣ୍ଣ ଜାତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତି ନେଇଛନ୍ତି ମୋଦି ସରକାର।

୨୦୧୯ ନିର୍ବାଚନକୁ ଆଉ କିଛିଟା ଦିନ ବାକି ଥିବାବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ସବର୍ଣ୍ଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। ସୋମବାର କେନ୍ଦ୍ର କ୍ୟାବିନେଟର ଏକ ସ୍ୱତନ୍ତ୍ର ବୈଠକରେ ଏହି ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

ଏହି ସଂରକ୍ଷଣ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲାଗୁ ହେବ।

ଏହି ସଂରକ୍ଷଣ ବ୍ୟବସ୍ଥା ବାର୍ଷିକ ୮ ଲକ୍ଷରୁ କମ୍‌ ଟଙ୍କା ରୋଜଗାର କରୁଥିବା ସାଧାରଣ ବର୍ଗର ଉଚ୍ଚ ଜାତିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ସୂଚନା ରହିଛି।

ଏନେଇ ସମ୍ବିଧାନର ଧାରା ୧୫ ଓ ୧୬ରେ ସଂଶୋଧନ ପାଇଁ ମଙ୍ଗଳବାର ପ୍ରସ୍ତାବ ଆଣିବେ ସରକାର। ଏହାପରେ ସରକାରୀ କ୍ଷେତ୍ର, ନିଯୁକ୍ତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here