ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ନିକିତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଥିଲା। ଲିପନଙ୍କ ଜାମିନ ଆବେଦନକୁ ଏସଡିଜେଏମ୍ କୋର୍ଟ ଖାରଜ କରିଛନ୍ତି। ଏହା ପରେ ଲିପନ ସାହୁ ଜେଲ ଯାଇଛନ୍ତି। ଲିପନଙ୍କୁ ସୋମବାର ଗିରଫ କରାଯାଇଥିଲା।
ନିକିତାଙ୍କ ବାପା ଅଭିଯୋଗ କରିଥିଲେ, “ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ ଏବଂ ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।”
ଶୁକ୍ରବାର ରାତିରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍କୁ ନେଇଥିଲେ। ଶନିବାର ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା।