ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜିଠାରୁ ରାଜ୍ୟ ସରକାରଙ୍କ ୫ ଦିନିଆ କୃଷି କର୍ମଶାଳା। ଜାନୁଆରୀ ୧୯ ଯାଏଁ ଚାଲିବ ଏହି କର୍ଯ୍ୟକ୍ରମ।

ଭୁବନେଶ୍ଵରରେ ଆଜିଠାରୁ ଚାଲିବ ରାଜ୍ୟ ସରକାରଙ୍କ ୫ ଦିନିଆ କୃଷି କର୍ମଶାଳା। କୃଷକଙ୍କ ନିମନ୍ତେ ରାଜ୍ୟ ସରକାର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କର୍ମଶାଳାରେ ସଦୃଶ୍ୟ ପ୍ରଦର୍ଶନୀ ସହ ଆଲୋଚନା ଚକ୍ର, କୃଷକ-ବୈଜ୍ଞାନିକ ମତ ବିନିମୟ କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ସନ୍ଧ୍ୟାରେ ସାଂସ୍କୃତିକ କର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୫ରୁ ଜାନୁଆରୀ ୧୯ ଯାଏଁ ଚାଲିବ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଥିଲା।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କାଳିଆ ଯୋଜନାକୁ ପ୍ରଂଶସା କରିଛନ୍ତି ନବୀନ। “ସାରା ଦେଶରେ ଏହା ଏକ ଆଦର୍ଶ ଯୋଜନା। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ଯୋଜନା ଜରିଆରେ ଲାଭ ପାଇ ପାରିବେ। ଯୋଜନାରେ ବିନା ସୁଧରେ ଚାଷୀ ଋଣ ପାଇପାରିବେ”, କହିଛନ୍ତି ନବୀନ।

“ଚାଷୀଙ୍କ ରୋଜଗାର ବଢ଼ିଲେ ମୁଁ ଖୁସି ହେବ“, କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି କହିଛନ୍ତି, “ଆସନ୍ତା ଏପ୍ରିଲ ସୁଦ୍ଧା ସବୁ ଚାଷ ଜମିକୁ ଜଳସେଚନ କରାଯିବ। ରାଜ୍ୟର ୮ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ କରଯାଇଛି। ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ଵାବଲମ୍ବୀ ହୋଇପାରିଛି।”

ଏଥିରେ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ବି ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଗ୍ରଣୀ ଓ କୃଷିରେ ଭଲ ଆୟ କରିଥିବା କୃଷକଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବାକୁ ମୋଦି ଓଡ଼ିଶା ଆସିଥିଲାବେଳେ ନବୀନ ତାଙ୍କୁ କାଉଣ୍ଟର କରି କୃଷି ଓଡ଼ିଶା କାର୍ଯ୍ୟକ୍ରମ କରୁଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here