ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ସ୍ୱାଇନ ଫ୍ଲୁ। ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଶାହ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।
ଅମିତ ଶାହ ଟୁଇଟ କରିଛନ୍ତି, “ମତେ ସ୍ୱାଇନ ଫ୍ଲୁ ହୋଇଛି। ଏହାର ଚିକିତ୍ସା ଏବେ ଚାଲିଛି। ଈଶ୍ୱରଙ୍କ ଆଶୀର୍ବାଦ ଏବଂ ଆପଣମାନଙ୍କ ସ୍ନେହଁ ଏବଂ ଭଲପାଇବା ଯୋଗୁଁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି।”
मुझे स्वाइन फ्लू हुआ है, जिसका उपचार चल रहा है। ईश्वर की कृपा, आप सभी के प्रेम और शुभकामनाओं से शीघ्र ही स्वस्थ हो जाऊंगा।
— Amit Shah (@AmitShah) January 16, 2019
ଅସୁସ୍ଥତା ଯୋଗୁଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ୧୮ରେ ଶାହ କଟକ ଆସିବାର ଥିଲା। ବୁଥ୍ ସ୍ତରର କର୍ମକର୍ତ୍ତାଙ୍କୁ ସେ ଉଦବୋଧନ ଦେଇଥାନ୍ତେ। ସ୍ୱାଇନ ଫ୍ଲୁ ଯୋଗୁଁ ସେ ଦିଲ୍ଲୀ ଏମ୍ସରେ ଦୁଇରୁ ତିନି ଦିନ ରହିବେ।


















