ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାରିଙ୍ଗିବାଡ଼ି ଅଞ୍ଚଳରେ ଥିବା ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ କନ୍ଧାମାଳ ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ବିଜେପି ସମର୍ଥନ କରିଛି।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ବିଭିନ୍ନସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଯାଇଥିଲା।

ଏ ଘଟଣାର ତଦନ୍ତ ସଠିକ୍‌ ଭାବେ କରାଯାଇନାହିଁ। କେବଳ କିଛି କର୍ମଚାରୀଙ୍କୁ ବଦଳି କିମ୍ବା ନିଲମ୍ବନ କରି ଚୁପ୍‌ ରହିଯାଉଥିବା ଅଭିଯୋଗ କରାଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ବଦଳି ଦାବି କରିଛନ୍ତି କନ୍ଧମାଳ ସୁରକ୍ଷା ଅଭିଯାନ ଓ ବିଜେପି କର୍ମୀମାନେ।

LEAVE A REPLY

Please enter your comment!
Please enter your name here