ଓଡ଼ିଶାଲାଇଭ୍ ବ୍ୟୁରୋ

ସମସ୍ତଙ୍କର ଧାରାଣ କେବଳ କାଶ୍ମୀର କିମ୍ବା ହିମାଚଳ ପ୍ରଦେଶ ରାଜ୍ୟରେ ସେଓ ଫଳିଥାଏ। କାରଣ ସେଠାକାର ଜଳବାୟୁ ଭିନ୍ନ। ମାତ୍ର ଓଡ଼ିଶା ମାଟି ଓ ପାଣି ପବନରେ ଫଳିବ କାଶ୍ମୀର ପରି ସେଓ, ତାହା ବି ମିଠା ଓ ସୁଆଦିଆ। ବିଶ୍ୱାସ ନହେଲେ ବି ସତ।

କୃଷି ଓଡ଼ିଶା ମହୋତ୍ସବରେ ଓଡ଼ିଶା ପାଣି ପବନରେ ବଢ଼ି ପାରୁଥିବା ସେଓ ଗଛ ଚାରାକୁ ପଦର୍ଶିତ କରାଯାଉଛି। ଏହି ସେଓର ନାମ ରହିଛି ୱାର୍ମ କ୍ଲାଇମେଟ ଆପଲ୍‌। ଏହାକୁ ଆଇଗଣିଆ ସ୍ଥିତ ଗ୍ରିନ ନର୍ସରୀ ପକ୍ଷରୁ ପ୍ରଦର୍ଶିତ କରାଯାଇଛି।

ଜଣେ ଅଧିକାରୀଙ୍କ କହିବା କଥା ପ୍ରଦର୍ଶିତ ହେଉଥିବା ଚାରା ଏପରି ପ୍ରସ୍ତୁତ କରାଯାଇଛି ଯାହା  ଉଷ୍ଣ ଜଳବାୟୁରେ ଗଛକୁ ୩ପ୍ରକାର ରୋଗରୁ ରକ୍ଷା କରିବ। ତେବେ ଗୋଟିଏ ଚାର ମୂଲ୍ୟ ୫୦୦ଟଙ୍କା ରଖାଯାଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here