ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

‘‘୧୭ବର୍ଷ ମୁଁ କଂଗ୍ରେସ ପାଇଁ କାମ କଲି। ଯେହେତୁ କଂଗ୍ରେସ ପାର୍ଟି ମୋତେ ଆଉ ଦରକାର କରୁନି ତେଣୁ ମୁଁ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଉଛି। ”

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ଦଳ ଓ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ର ସେ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇଛନ୍ତି।

ଯୋଗେଶ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି,”ନବୀନଙ୍କୁ ପ୍ରଶଂସା କରିବା କଣ ଦଳ ବିରୋଧୀ କାର୍ଯ୍ୟ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଥିବା ପ୍ରଥମ ବ୍ୟକ୍ତି ନୁହେଁ। UPA ସରକାର ସମୟରେ ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।”

ଏହା ସହିତ ସେ ଆହୁରି ଲେଖିଛନ୍ତି,”ମୁଁ ମୋ ନିଲମ୍ବନ ସମ୍ପର୍କରେ ମିଡିଆରୁ ଜାଣିଲି। ମିଡିଆରୁ ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହେଲି। ଦୁଇଟି କାରଣ ପାଇଁ ନିଲମ୍ବନ କଥା ଶୁଣିଲି। ପ୍ରଥମଟି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା। ଦ୍ୱିତୀୟଟି ରାହୁଲଙ୍କ ସଭାରେ ଯୋଗ ନଦେବା। ୧୭ବର୍ଷ ମୁଁ କଂଗ୍ରେସ ପାଇଁ କାମ କଲି। ଯେହେତୁ କଂଗ୍ରେସ ପାର୍ଟି ମୋତେ ଆଉ ଦରକାର କରୁନି ତେଣୁ ମୁଁ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଉଛି।”

ପ୍ରଥମେ ନବ ଦାସ ଆଉ ଆଜି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ବିଧାୟକ ଓ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here