ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି। କୁନ୍ଦୁଲି, ପିପିଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସକୁ ଲାଲ ଚୁଡ଼ି ପଠାଇବ ବୋଲି ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।

“ସାରା ରାଜ୍ୟରେ ଏବେ ଚୁଡ଼ି ସଂଗ୍ରହ ଚାଲିଛି। ଚୁଡ଼ି ସଂଗ୍ରହ ହୋଇ ଆସିବା ପରେ ୨୧ରେ ନବୀନ ନିବାସକୁ ଏହା ପଠାଯିବ”, କହିଛନ୍ତି ପ୍ରଭାତି ପରିଡ଼ା।

ସେ ଆହୁରି କହିଛନ୍ତି ଯେ ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ, ନାରୀ ନିର୍ଯାତନା, ନାବାଳିକା ମାତୃତ୍ୱ ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କୌଣସି ଉଦ୍ୟମ କରୁ ନାହାନ୍ତି। ଏହାର ପ୍ରତିବାଦରେ ବିଜେପି ଏହି ପଦକ୍ଷେପ ନେଇଛି।

ପିପିଲି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତମାନଙ୍କୁ ନିକଟରେ ତଳକୋର୍ଟ ପ୍ରମାଣ ଅଭାବରୁ ଛାଡ଼ି ଦେଇଥିଲେ। ଏହାପରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଉଠିଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ।

ଏହାର ପ୍ରତିବାଦରେ ସାରା ରାଜ୍ୟରେ ଲାଲ ଚୁଡ଼ି ସଂଗ୍ରହ କରି ବିଧାୟକମାନଙ୍କ ବାସଭବନ ଆଗରେ ବାନ୍ଧିଥିଲା ବିଜେପି।

LEAVE A REPLY

Please enter your comment!
Please enter your name here