ଓଡ଼ିଶାଲାଇଭ୍‌ ବ୍ୟୁରୋ

୯୦ ବର୍ଷ ବୟସରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ ହୋଇଛି।

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସୋମବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ତାଙ୍କର ଶରୀର ଅସୁସ୍ଥ ଥିଲା।

୧୯୨୯ ନଭେମ୍ବର ୧୯ରେ ମୟୂରଭଞ୍ଜଠାରେ ଚୈତନ୍ୟ ପ୍ରସାଦ ମାଝି ଜନ୍ମ ଗ୍ରହଣ କରିଥିଲେ। ଚୈତନ୍ୟ ପ୍ରସାଦ ମାଝି ବିଜ୍ଞାନରେ ସ୍ନାତକ କରିଥିଲେ। ୧୯୭୯ରୁ ୧୯୮୫ ଯାଏଁ ସେ ଓପିଏସ୍‌ସିର ସଦସ୍ୟ ଥିଲେ। ସେ ରାଜ୍ୟ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍‌ସିର ସଦସ୍ୟ ଥିଲେ। କଂଗ୍ରେସ ଦଳରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ଯାଏଁ ସେ କେନ୍ଦ୍ର କ୍ୟାବିନେଟର ପେଟ୍ରୋଲିୟମ ଓ କେମିକାଲ୍‌ର ଉପମୁଖ୍ୟମନ୍ତ୍ରୀ ଥିଲେ।

ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ ହେଉଛନ୍ତି ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ।

LEAVE A REPLY

Please enter your comment!
Please enter your name here