ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ପ୍ରିୟଙ୍କା ଗାନ୍ଧି ନିକଟରେ କଂଗ୍ରେସ ରାଜନୀତରେ ପ୍ରବେଶ କରିଛନ୍ତି। କଂଗ୍ରେସ ତରଫରୁ ତାଙ୍କୁ ଦଳର ସାଧାରଣ ସଂପାଦିକା ଭାବେ ନିଯୁକ୍ତ କରାଯାଇଛି। ସେ ସାଧାରଣ ସଂପାଦିକ ଭାବେ ନିଯୁକ୍ତ ହେବା ପରେ ଆସନ୍ତା ଫେବ୍ରୁଆରିରେ ଓଡ଼ିଶା ଗସ୍ତ କରିପାରନ୍ତି।

ପ୍ରିୟଙ୍କା କେଉଁ ତାରିଖରେ ଗସ୍ତ କରିବେ ତାହା ସ୍ଥିର କରାଯାଇ ନଥିବା ବେଳେ ସେ ନିକଟରେ ଓଡ଼ିଶା ଗସ୍ତ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ପ୍ରିୟଙ୍କା ଏହି ଗସ୍ତ ସମୟରେ କୋରାପୁଟ ଜିଲ୍ଲାକୁ ଯାଇପାରନ୍ତି। ସେଠାରେ ଏକ ଜନ ସଭାରେ ସେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

ପ୍ରିୟଙ୍କା ଗାନ୍ଧି ରାଜନୀତି ମଇଦାନଙ୍କୁ ଓହ୍ଲାଇବା ପରେ ଏହା କଂଗ୍ରେସକୁ କେତେ ଫାଇଦା ଦେବ ତାହା ଆଗାମୀ ଲୋକସଭା ନିର୍ବାଚନ ବେଳେ ହିଁ ସ୍ପଷ୍ଟ ହୋଇପାରିବ।

Comment