ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶ ବିଦେଶରୁ ଅନେକ ମୂଲ୍ୟବାନ ଉପହାର ମିଳିଥାଏ। ଇଚ୍ଛୁକ ଥିବା ବ୍ୟକ୍ତି ମାତ୍ର ଶହେ ଟଙ୍କା ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ଉପହାରକୁ କିଣିପାରିବେ। ୨୯ ଜାନୁଆରୀରୁ ୩୧ ଜାନୁଆରୀ ଯାଏଁ ଇ–ନିଲାମୀ ପ୍ରକ୍ରିୟା ଚାଲିବ। ପାଖାପାଖି ୧୯୦୦ ଉପହାରର ନିଲାମୀ ହେବ। ଏନେଇ ଏକ ସ୍ୱତନ୍ତ୍ର ୱେବସାଇଟ୍ ଆରମ୍ଭ କରିଛି ରାଷ୍ଟ୍ରୀୟ ଆଧୂନିକ କଳା ସଂଗ୍ରହାଳୟ। ନିଲାମୀ ସମ୍ବନ୍ଧିତ ସମସ୍ତ ସୂଚନା ଏହି ୱେବସାଇଟ https://pmmementos.gov.in ରେ ଉପଲବ୍ଧ।
ପ୍ରଧାନମନ୍ତ୍ରୀଙ୍କୁ ୧୯୦୦ ଉପହାର ମିଳିଥିବାର ତଥ୍ୟ ରହିଛି। ତେବେ ଯେଉଁସବୁ ସ୍ମୃତି ଚିହ୍ନକୁ ନିଲାମୀ ପାଇଁ ରଖାଯାଇଛି ତାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି। ଜିନିଷର ମୂଲ୍ୟ ଆଧାରରେ ଏସବୁକୁ ୱେବସାଇଟରେ ଖୋଜିପାରିବେ। କିଏ ଏବଂ କେଉଁଠୁ ଉପହାର ମିଳିଥିଲା ତାହାର ସମ୍ପୂର୍ଣ୍ଣ ତାଲିକା ୱେବସାଇଟରେ ଦେଖିପାରିବେ। ନିଲାମୀ ପରେ ମିଳିଥିବା ଅର୍ଥକୁ ନମାମୀ ଗଙ୍ଗେ ପରିଯୋଜନାରେ ବ୍ୟବହାର କରାଯିବ।