ଓଡ଼ିଶାଲାଇଭ୍ ବ୍ୟୁରୋ

ଦୌଡ଼ରାଣୀ ଦୂତୀ ଚାନ୍ଦ କିଣିଲେ ବିଏମଡବ୍ଲୁ। 

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସୋମବାର ପୂରଣ ହୋଇଛି। କାରଣ ସେ ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି। ଏହି ଅବସରରେ ସେ କହିଛନ୍ତି, “ପିଲାଦିନୁ ମୁଁ ବିଏମଡବ୍ଲୁ କିଣିବାର ସ୍ୱପ୍ନ ଦେଖୁଥିଲି, ଯାହା ଏବେ ସତ ହୋଇଛି।”

ଏଥିସହ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ପିଲାଟି ଦିନରୁ ମୁଁ ନିଜ ପାଇଁ ଏକ ବିଏମଡବ୍ଲୁ ଓ ମା, ବାପାଙ୍କ ପାଇଁ ଏକ ଘର କରିବାର ସ୍ୱପ୍ନ ଦେଖିଥିଲେ, ଯାହା ଏବେ ସାକାର ହୋଇଛି। ଏସିଆନ ଖେଳର ଉଭୟ ଶହେ ମିଟର ଏବଂ ଦୁଇ ଶହ ମିଟରରେ ଦୂତି ଦେଶ ପାଇଁ ରୂପା ପଦକ ଆଣିଛନ୍ତି।

ତେବେ ପୂର୍ବରୁ ସେ ଅନେକ ପୁରସ୍କାର ଜିତିଛନ୍ତି। ହେଲେ ସେ ଅଲମ୍ପିକ ଜିତିବାପରେ ରାଜ୍ୟ ସରକାର ତାଙ୍କୁ ପୁରସ୍କାର ଭାବରେ କୋଟିଏରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ।

ଏଥିସହ ପୂର୍ବରୁ ତାଙ୍କ ପାଖରେ ଏକ ନାନୋ ଗାଡ଼ି ଥିଲା। ହେଲେ ଦୂତି ଏପରି ଏକ ଦାମୀ ଗାଡ଼ି କିଣିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।

Comment