ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ୬୫ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୫ଜଣ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ୨୭ଜଣଙ୍କୁ ଅର୍ଜୁନ ପୁରସ୍କାର, ୧୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ୧୫ ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି।ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତବର୍ଷ ଏଥିରେ ପରିବର୍ତ୍ତନ କରାଯାଇଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଏହାକୁ ଭର୍ଚୁଆଲ୍ପ୍ଳାଟଫର୍ମରେ ଅନୁଷ୍ଠିତ କରାଯାଇଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ୯ଟି ସେଣ୍ଟରରୁ ଜାତୀୟ କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡ଼ାବିତ୍ମାନେ ଭର୍ଚୁଆଲ୍ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଛନ୍ତି।BGU

ଭାରତୀୟ ତାରକା କ୍ରିକେଟର୍ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରିଯାଇଛି ସେହିପରି ୨୭ଜଣ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଧାବିକା ଦୂତି ଚାନ୍ଦ ଚଳିତ ବର୍ଷ ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିଛନ୍ତି।

Comment