ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବର୍ଷ ୨୦୨୩ ପାଇଁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର। ଏଥିରେ ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିବ। ଏହସହ କ୍ରିକେଟର ମହମ୍ମଦ ଶାମିଙ୍କ ସମେତ ୨୬ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ଜାନୁଆରି ୯ ତାରିଖରେ ରାଷ୍ଟ୍ରପତି ଭବନରେ ଏହି କ୍ରୀଡ଼ା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିମାନଙ୍କୁ ପୁରସ୍କାର ଦେବେ।

କ୍ରୀଡ଼ାବିତମାନଙ୍କୁ ସେମାନଙ୍କ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ହକି, କ୍ରିକେଟ, ଆଥଲେଟିକ୍ସ, ଆର୍ଚେରି, କବାଡି ତଥା ବନ୍ଧୁକ ଚାଳନା ଭଳି ବିଭିନ୍ନ କ୍ରୀଡ଼ାର ଖେଳାଳିମାନେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ହେଲେ ଏଥର ଓଡ଼ିଶାର କୌଣସି ଖେଳାଳି କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇନାହାନ୍ତି।

 ଅର୍ଜୁନ ପୁରସ୍କାର ୨୦୨୩  

  • ମହମ୍ମଦ ଶାମି – କ୍ରିକେଟ
  • ଓଜସ୍ ପ୍ରବୀଣ ଦେଓତଲେ – ଆର୍ଚେରି
  • ଆଦିତି ଗୋପିଚାନ୍ଦ ସ୍ଵାମୀ – ଆର୍ଚେରି
  • ଏମ ଶ୍ରୀଶଙ୍କର – ଆଥଲେଟିକ୍ସ
  • ପାରୁଲ ଚୌଧୁରୀ – ଆଥଲେଟିକ୍ସ
  • ମହମ୍ମଦ ହୁସାମୁଦ୍ଦିନ – ବକ୍ସିଂ
  • ଆର୍ ବୈଶାଳୀ – ଚେସ
  • ଅନୁସ ଅଗ୍ରୱାଲ – ଘୋଡ଼ା ଦୌଡ଼
  • ଦିବ୍ୟାକୀର୍ତ୍ତି ସିଂହ – ଘୋଡ଼ା ଦୌଡ଼
  • ଦିକ୍ଷା ଡାଗର – ଗଲ୍ଫ
  • କ୍ରୀଷ୍ଣ ବାହାଦୁର ପାଠକ – ହକି
  • ପି ସୁଶିଳା ଚାନୁ – ହକି
  • ପୱନ କୁମାର – କବାଡ଼ି
  • ରିତୁ ନେଗୀ – କବାଡ଼ି
  • ନାସରିନ – ଖୋ ଖୋ
  • ପିଙ୍କି ସିଂହ – ଲନ ବଲ୍
  • ଐଶ୍ଵର୍ଯ୍ୟ ପ୍ରତାପ ସିଂହ – ବନ୍ଧୁକ ଚାଳନା
  • ଇଶା ସିଂହ – ବନ୍ଧୁକ ଚାଳନା
  • ହରିନ୍ଦର ପାଲ ସିଂହ ସାନ୍ଧୁ – ସ୍କ୍ୱାଶ୍
  • ଐହିକା ମୁଖାର୍ଜୀ – ଟେବୁଲ ଟେନିସ
  • ସୁନିଲ କୁମାର – କୁସ୍ତି
  • ଅନ୍ତିମ ପଙ୍ଘାଲ – କୁସ୍ତି
  • ଏନ ରୋସିବାନା ଦେବୀ – ଉସୁ
  • ଶୀତଲ ଦେବୀ – ପାରା ଆର୍ଚେରି
  • ଆଲ୍ଲୁରି ଅଜୟ କୁମାର ରେଡ୍ଡୀ – ବ୍ଲଇଣ୍ଡ କ୍ରିକେଟ
  • ପ୍ରାଚୀ ଯାଦବ – ପାରା କାନୋଇଂ    

Tags: #Nationalsportsawards #ArjunAward #Players #Sports #MYAS #India

   

Comment