ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩ ପାଇଁ ଭାରତୀୟ ଖେଳାଳିମାନଙ୍କୁ ମିଳିଲା ଜାତୀୟ କ୍ରୀଡ଼ା ପୁରସ୍କାର
  • ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର
  • କ୍ରିକେଟର ମହମ୍ମଦ ଶାମିଙ୍କ ସହ ୨୬ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

ବର୍ଷ ୨୦୨୩ ପାଇଁ ଭାରତୀୟ ଖେଳାଳିମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗତ ଡିସେମ୍ବର ମାସରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ସବୁ ଘୋଷଣା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାସହ କ୍ରିକେଟର ମହମ୍ମଦ ଶାମିଙ୍କ ସମେତ ୨୬ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଓଡ଼ିଶା ଖଣି ନିଗମ (ଓଏମସି)କୁ ପୁରସ୍କୃତ କରାଯାଇଛି।  

କ୍ରୀଡ଼ାବିତମାନଙ୍କୁ ୨୦୨୩ରେ ନିଜ ନିଜ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ ମିଳିଛି। ହକି, କ୍ରିକେଟ, ଆଥଲେଟିକ୍ସ, ଆର୍ଚେରି, କବାଡ଼ି ତଥା ବନ୍ଧୁକ ଚାଳନା ଭଳି ବିଭିନ୍ନ କ୍ରୀଡ଼ାର ଖେଳାଳିମାନେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ହେଲେ ଏଥର ଓଡ଼ିଶାର କୌଣସି ଖେଳାଳି କ୍ରୀଡ଼ା ପୁରସ୍କାର ପାଇନାହାନ୍ତି।

ଅର୍ଜୁନ ପୁରସ୍କାର ୨୦୨୩  

  • ମହମ୍ମଦ ଶାମି – କ୍ରିକେଟ
  • ଓଜସ୍ ପ୍ରବୀଣ ଦେଓତଲେ – ଆର୍ଚେରି
  • ଆଦିତି ଗୋପିଚାନ୍ଦ ସ୍ଵାମୀ – ଆର୍ଚେରି
  • ଏମ ଶ୍ରୀଶଙ୍କର – ଆଥଲେଟିକ୍ସ
  • ପାରୁଲ ଚୌଧୁରୀ – ଆଥଲେଟିକ୍ସ
  • ମହମ୍ମଦ ହୁସାମୁଦ୍ଦିନ – ବକ୍ସିଂ
  • ଆର୍ ବୈଶାଳୀ – ଚେସ
  • ଅନୁସ ଅଗ୍ରୱାଲ – ଘୋଡ଼ା ଦୌଡ଼
  • ଦିବ୍ୟାକୀର୍ତ୍ତି ସିଂହ – ଘୋଡ଼ା ଦୌଡ଼
  • ଦିକ୍ଷା ଡାଗର – ଗଲ୍ଫ
  • କ୍ରୀଷ୍ଣ ବାହାଦୁର ପାଠକ – ହକି
  • ପି ସୁଶିଳା ଚାନୁ – ହକି
  • ପୱନ କୁମାର – କବାଡ଼ି
  • ରିତୁ ନେଗୀ – କବାଡ଼ି
  • ନାସରିନ – ଖୋ ଖୋ
  • ପିଙ୍କି ସିଂହ – ଲନ ବଲ୍
  • ଐଶ୍ଵର୍ଯ୍ୟ ପ୍ରତାପ ସିଂହ – ବନ୍ଧୁକ ଚାଳନା
  • ଇଶା ସିଂହ – ବନ୍ଧୁକ ଚାଳନା
  • ହରିନ୍ଦର ପାଲ ସିଂହ ସାନ୍ଧୁ – ସ୍କ୍ୱାଶ୍
  • ଐହିକା ମୁଖାର୍ଜୀ – ଟେବୁଲ ଟେନିସ
  • ସୁନିଲ କୁମାର – କୁସ୍ତି
  • ଅନ୍ତିମ ପଙ୍ଘାଲ – କୁସ୍ତି
  • ଏନ ରୋସିବାନା ଦେବୀ – ଉସୁ
  • ଶୀତଲ ଦେବୀ – ପାରା ଆର୍ଚେରି
  • ଆଲ୍ଲୁରି ଅଜୟ କୁମାର ରେଡ୍ଡୀ – ବ୍ଲଇଣ୍ଡ କ୍ରିକେଟ
  • ପ୍ରାଚୀ ଯାଦବ – ପାରା କାନୋଇଂ    

Tags: #Nationalsportsawards #ArjunAward #Players #Sports #MYAS #India

Comment