ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ରାଜୀବ ଗାନ୍ଧୀ ଖେଳରତ୍ନ ସହ ଅର୍ଜୁନ ଆୱାର୍ଡ, ଧ୍ୟାନଚାନ୍ଦ ଆୱାର୍ଡ, ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ନାମ ଘୋଷଣା କରିଛି କ୍ରୀଡ଼ା ମନ୍ତ୍ରାଳୟ। ଯେଉଁଥିରେ କ୍ରିକେଟର ରୋହିତ ଶର୍ମାଙ୍କ ସହ ଓଡ଼ିଆ ଧାବିକା ଦୂତି ଚାନ୍ଦ ପ୍ରମୁଖ ସାମିଲ ଅଛନ୍ତି।

ଚଳିତ ବର୍ଷ ଓଡ଼ିଆ ଧାବିକା ଦୂତି ଚାନ୍ଦ ଅର୍ଜୁନ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ସହିତ ଆହୁରି ୨୬ ଜଣ ଖେଳାଳି ଏହି ପୁରସ୍କାର ପାଇବେ। କ୍ରିକେଟର ଇଶାନ୍ତ ଶର୍ମା ଓ ଦିପ୍ତୀ ଶର୍ମା ମଧ୍ୟ ଅର୍ଜୁନ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି।ଅନ୍ୟପଟେ କ୍ରିକେଟର୍ ରୋହିତ ଶର୍ମାଙ୍କ ସମେତ ହକି ଖେଳାଳୀ ରାଣୀ, କୁସ୍ତି ଯୋଦ୍ଧା ଭିନେଶ୍ ଫୋଗଟ, ଟେନିସ୍ ଖେଳାଳୀ ମାନିକ ବାତ୍ରା ଏବଂ ପାରା ଆଥ୍‌ଲେଟ ମାରିଆପ୍ପାନ୍‌ ରାଜୀବ ଗାନ୍ଧୀ ଖେଳରତ୍ନ ପାଇବେ ବୋଲି କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ୮ ଜଣ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୧୫ ଜଣଙ୍କ ନାମକୁ କ୍ରୀଡା ମନ୍ତ୍ରାଳୟ ମୋହର ମାରିଛି।

ଏହି ଖେଳାଳିମାନେ ଅଗଷ୍ଟ ୨୯ ତାରିଖରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବେ। କରୋନା କଟକଣା ଦୃଷ୍ଟିରୁ ଚଳିତଥର ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡରେ ହେବ ବୋଲି ଜଣାପଡ଼ିଛି।

Comment