ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଏସିଆ କପ୍ କ୍ରିକେଟର ରୋମାଞ୍ଚ ଭରା ଫାଇନାଲ। ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଭଲ ପ୍ରଦର୍ଶନ କରି ଆସିଥିବାବେଳେ ଫାଇନାଲଟି ଟକ୍କର ଭରା ରହିବ ବୋଲି ଆଶା କରାଯାଉଛି।

ତେବେ କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଫାଇନାଲ ଖେଳାଯିବାକୁ ଥିବାବେଳେ ବର୍ଷାର ସମ୍ଭାବନା ଥିବାରୁ ମ୍ୟାଚ ପୂର୍ବରୁ ଟସ୍ ଗୁରୁତ୍ଵପୂର୍ଣ୍ଣ ରହିବ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବା ଲକ୍ଷ୍ୟରେ ରହିବେ ବୋଲି ଆଶା କରାଯାଉଛି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍ ଫାଇନାଲ ଖେଳିବ। ଏହାସହ ଭଲ ଫର୍ମରେ ଥିବା ଶୁଭମନ ଗିଲ୍, ବିରାଟ କୋହଲି, କେ ଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମ୍ୟାଚରେ ଭଲ ବ୍ୟାଟିଂ ଦେଖିବାକୁ ମିଳିପାରେ। ସେହିପରି ଯଶପ୍ରୀତ ବୁମରା, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ବୋଲିଂରେ ନିଜର କାମାଲ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି।

୨୦୧୮ରେ ଭାରତ ଶେଷ ଥର ଏସିଆ କପ୍ ଚାମ୍ପିୟନ ହୋଇଥିଲା। ଏହି ଫାଇନାଲ ଜିତି ଅଷ୍ଟମ ଥର ପାଇଁ ଏସିଆ କପ୍ ଟ୍ରଫି ଉଠାଇବାକୁ ଟିମ୍ ଇଣ୍ଡିଆ ପାଖରେ ଭଲ ସୁଯୋଗ ରହିଛି।

ଆଜି ଦିନ ୩ଟା ବେଳେ ଏହି ମେଗା ଫାଇନାଲ ଆରମ୍ଭ ହେବ। ତେବେ କଲମ୍ବୋରେ ଫାଇନାଲରେ ବର୍ଷା ସମ୍ଭାବନା ଥିଲେ ମଧ୍ୟ ଏହି ମ୍ୟାଚକୁ ନେଇ ଭାରତର ସବୁ କ୍ରିକେଟପ୍ରେମୀ ଉତ୍ସାହିତ ଅଛନ୍ତି।

Tags: #AsiaCupCricket2023 #Final #IndiavsSrilanka #RohitSharma #Cricket #BCCI #India

LEAVE A REPLY

Please enter your comment!
Please enter your name here