ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି। ଏହାସହ ପୁରୁଷ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ପଠାଯାଇଛି।

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ହକି ପ୍ରଶିକ୍ଷକ କାଳୁ ଚୌଧୁରୀଙ୍କ ନାମ ସମେତ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ କରିଛନ୍ତି ରାଜ୍ୟ ସରକାର।ଓଡ଼ିଶା ପାଇଁ ଗର୍ବର ବିଷୟ ପୂର୍ବ ବର୍ଷ ଦୂତୀଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ଚଳିତ ବର୍ଷ ବୀରେନ୍ଦ୍ର ଲାକ୍ରାଙ୍କୁ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଟିକଟ୍ ମିଳିଛି। ଭାରତୀୟ ହକି ଟିମ୍‌ର ଉପ ଅଧିନାୟକ ଭାବେ ଏହି ତାରାକା ଜଣଙ୍କ ନିଯୁକ୍ତ ହୋଇଛନ୍ତି।

ଅନ୍ୟପଟେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଦୂତୀଙ୍କ ନାମ ସୁପାରିଶ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଟୁଇଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଥାଉ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି। ସେହିପରି ଅନ୍ୟ ତାରକାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment