ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଲା ଅଲମ୍ପିକ୍ସ ଟିକେଟ୍। ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ଉଭୟ ୧୦୦ ଓ ୨୦୦ ମିଟର ମହିଳା ସ୍ପ୍ରିଣ୍ଟ ଇଭେଣ୍ଟରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଓ୍ଵାର୍ଲଡ ରାଙ୍କିଙ୍କ୍ କୋଟା ଆଧାରରେ ତାଙ୍କୁ ଚୟନ କରାଯାଇଛି।

ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ଦୂତୀ ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜର ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ସିଧାସଳଖ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବାଦ୍ ପଡ଼ିଥିଲେ। କିନ୍ତୁ ଓ୍ଵାର୍ଲଡ ରାଙ୍କିଙ୍କ୍ କୋଟା ଆଧାରରେ ସେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି।ଅଲମ୍ପିକ୍ସ ପାଇଁ ଚୟନ ହେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ଦୂତୀ। ଅଲମ୍ପିକ୍ସ ପାଇଁ ସେ ସମସ୍ତ ପ୍ରସ୍ତୁତି ଜାରି ରଖିଥିବା ବେଳେ ଏଥର ଇଭେଣ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।

ଅନ୍ୟପଟେ ଓଡ଼ିଶା ସରକାର ଦୂତୀ ଚାନ୍ଦଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି।

Comment