ଓଡ଼ିଶାଲାଇଭ୍ ବ୍ୟୁରୋ

ବିବିସି ଇଣ୍ଡିଆନ ସ୍ପୋର୍ଟସମ୍ୟାନ ଅଫ୍ ଦ ଇୟର ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଭାରତୀୟ ମହିଳା ଖେଳାଳିମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ସହିତ ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ସଫଳତାକୁ ପାଳନ କରିବା ପାଇଁ ବିବିସି ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇବାକୁ ଯାଉଛି।

ଚଳିତ ବର୍ଷ ପୁରଷ୍କାର ପାଇବାକୁ ଥିବା ଦେଶର ୫ଜଣ ସୁନାମଧନ୍ୟ ମହିଳା ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ସେମାନେ ହେଉଛନ୍ତି, ଓଡ଼ିଶାର ଧାବିକ ଦୂତୀ ଚାନ୍ଦ, ହରିୟାଣାର ମନୁ ଭାସ୍କର, ଆନ୍ଧ୍ରପ୍ରଦେଶର କୋନେରୁ ହମ୍ପି, ହରିୟାଣାର ଭିନେଶ ଫୋଗଟ, ଉତ୍ତରପ୍ରଦେଶର ରାନି ରାମପାଲ୍।

ବିବିସି ପକ୍ଷରୁ ଏକ ଓ୍ଵେବିନାର ଜରିଆରେ ଏହି ୫ଜଣ ମହିଳା ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଯେଉଁ ପ୍ରଶଂସକମାନେ ନିଜ ପସନ୍ଦର ଖେଳାଳିଙ୍କୁ ଜିତେଇବାକୁ ଚାହୁଁଛନ୍ତି, ସେମାନେ ବିବିସିର ୱେବସାଇଟ ପେଜକୁ ଯାଇ ଭୋଟ କରିପାରିବେ। ଭୋଟ ଦେବା ନିମନ୍ତେ ଆସନ୍ତା ୨୪ ଫେବ୍ରୁଆରି ପର୍ଯ୍ୟନ୍ତ ଭୋଟିଂ ଲାଇନ ଖୋଲା ରହିବ। ମାର୍ଚ୍ଚ ୮ରେ ଦିଲ୍ଲୀରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨୦୨୦ବର୍ଷର ବିଜେତାଙ୍କ ନାମ ଘୋଷଣା କରାଯିବ।

Comment