ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିଏଲ୍ ଅନେକ ସମୟରେ ବହୁ ବିବାଦରେ ଛନ୍ଦି ହୋଇଛି। ପ୍ରଥମ ସଂସ୍କରଣରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆଇପିଏଲ୍ ସହ ଅନେକ ବିବାଦ ଯୋଡ଼ି ହୋଇଛି। ଏପରିକି ଏଥିପାଇଁ କିଛି ଖେଳାଳିଙ୍କୁ ଆଇପିଏଲରୁ ବ୍ୟାନ ମଧ୍ୟ କରାଯାଇଛି।

ଆସନ୍ତୁ ଜାଣିବା ଆଇପିଏଲରୁ ବ୍ୟାନ ହୋଇଥିବା କିଛି ଖେଳାଳିଙ୍କ ବିଷୟରେ…

ରବୀନ୍ଦ୍ର ଜାଡ଼େଜା

ଭାରତୀୟ କ୍ରିକେଟ ଟିମର ଜଣେ ଆଗଧାଡ଼ିର ଅଲରାଉଣ୍ଡର ହେଉଛନ୍ତି ରବୀନ୍ଦ୍ର ଜାଡ଼େଜା। ୨୦୧୦ ମସିହା ଆଇପିଏଲର ତୃତୀୟ ସଂସ୍କରଣରେ ଜାଡ଼େଜା ବିବାଦ ଘେରକୁ ଆସିଯାଇଥିଲେ। ନିଜ ଫ୍ରାଞ୍ଚାଇଜ୍ ଟିମ୍ ରାଜସ୍ଥାନ ରୟାଲ୍ସକୁ ନଜଣାଇ ସେ ମୁମ୍ଵାଇ ଇଣ୍ଡିଆନ୍ସ ଦଳରେ ଖେଳିବା ପାଇଁ ଚୁକ୍ତି କରିଥିବା ଜଣାପଡ଼ିଥିଲା। ଯେଉଁଥିପାଇଁ ସେ ବିବାଦୀୟ ହୋଇପଡ଼ିଥିଲେ। ଏପରିକି ଜାଡେଜାଙ୍କୁ ଆଇପିଏଲରୁ ଗୋଟିଏ ସିଜିନ୍ ପାଇଁ ବ୍ୟାନ୍ ମଧ୍ୟ କରାଯାଇଥିଲା।ଶ୍ରୀସନ୍ଥ

ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ ବିବାଦ ଘେରରେ ଫସିଯାଇଥିଲା ଭାରତୀୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ। ଯେଉଁଥିପାଇଁ ତାଙ୍କୁ କ୍ରିକେଟ୍ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ଉପରେ ବିସିସିଆଇ ଆଜୀବନ ବାସନ୍ଧାଦେଶ ଲାଗୁ କରିଥିଲା। ଏପର୍ଯ୍ୟନ୍ତ ମଧ୍ୟ ସେ ଆଉ ଆଇପିଏଲ୍ ଖେଳିବାର ସୁଯୋଗ ପାଇନାହାନ୍ତି।

ଅଜିତ ଚାଣ୍ଡିଲା ଏବଂ ଅଙ୍କିତ ଚଭନ

ଶ୍ରୀସନ୍ଥଙ୍କ ସହ ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲ୍ସର ଖେଳାଳି ଅଜିତ୍ ଚାଣ୍ଡିଲା ଏବଂ ଅଙ୍କିତ ଚବନଙ୍କୁ ଆଇପିଏଲରୁ ବ୍ୟାନ୍ କରାଯାଇଥିଲା। ଏହି ଦୁଇ ଖେଳାଳିଙ୍କ ଉପରେ ମଧ୍ୟ ବିସିସିଆଇ ପକ୍ଷରୁ ବ୍ୟାନ୍ ଲଗାଯାଇଥିଲା।

ଶାହାରୁଖ ଖାନ୍  

୨୦୧୨ ମସିହାରେ ସୁରକ୍ଷା କର୍ମଚାରୀଙ୍କୁ ଅପବ୍ୟବହାର ଅଭିଯୋଗରେ କୋଲକାତା ନାଇଟ ରାଇଡର୍ସର ମାଲିକ ତଥା ପ୍ରସିଦ୍ଧ ବଲିଉଡ ଷ୍ଟାର ଶାହାରୁଖ ଖାନ୍ ବିବାଦୀୟ ହୋଇଥିଲେ। ଏଥିପାଇଁ ମୁମ୍ଵାଇ କ୍ରିକେଟ ଆସୋସିଏସନ ତାଙ୍କୁ ୫ ବର୍ଷ ପାଇଁ ଓ୍ଵାଙ୍ଖଡେ ଷ୍ଟାଡିୟମକୁ ପ୍ରବେଶ ପାଇଁ ବ୍ୟାନ କରିଥିଲା। ଅବଶ୍ୟ ପରେ ଏମସିଏ ଏହି ବ୍ୟାନକୁ ଉଠାଇ ଦେଇଥିଲା।

ଲଳିତ ମୋଦୀ  

୨୦୧୦ ମସିହା ତୃତୀୟ ସଂସ୍କରଣରେ ବିବାଦକୁ ଆସିଥିଲେ ଆଇପିଏଲ ଚେୟାରମ୍ୟାନ୍ ଲଳିତ ମୋଦୀ। ଆଇପିଏଲର ଫଣ୍ଡ ଟଙ୍କା ପଇସା ହେରଫେର ମାମଲାରେ ତାଙ୍କୁ ଚେୟାରମ୍ୟାନ ପଦରୁ ବିଦାୟ ଦିଆଯାଇଥିଲା।

Comment