ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୯ରୁ ଆରମ୍ଭ ହୋଇଛି ଭାରତର କ୍ରିକେଟ ପର୍ବ ଆଇପିଏଲ। ମଙ୍ଗଳବାର ଆଇପିଏଲ ଚତୁର୍ଦ୍ଦଶ ସଂସ୍କରଣରେ ମଇଦାନ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ଵାଇ ଇଣ୍ଡିଆନ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଚେନ୍ନାଇର ଏମ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ।

ଏ ସିଜିନରେ ପ୍ରଥମଥର ପାଇଁ କୋଲକାତା ଆଉ ମୁମ୍ଵାଇ ପରସ୍ପରକୁ ଭେଟିବେ। ଉଭୟ ଦଳ ମଧ୍ୟରେ ଆଜି ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। କାହିଁକି ନା ମୁମ୍ଵାଇ ଗତଥର ଆଇପିଏଲ ସିଜିନର ଚାମ୍ପିଅନ୍ ହୋଇଥିବା ବେଳେ, କୋଲକାତା ମଧ୍ୟ ଆଇପିଏଲର ଏକ ଶକ୍ତ ଟିମ୍।

କୋଲକାତା ନାଇଟ୍ ରାଇଡର୍ସ

ଇଓନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ସୁନିଲ୍ ନାରିନ୍, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, କମଳେଶ୍ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, ଗୁରକିରତ୍ ସିଂହ, କରୁନ ନାଏର, ବେନ୍ କଟିଙ୍ଗ୍, ସାକିବ୍ ଅଲ୍ ହାସନ, ଭେଙ୍କଟେସ୍ ଆୟାର, ସେଲଡନ୍ ଜ୍ୟାକସନ୍, ଟିମ୍ ସେଇଫର୍ଟ, ହରବଜନ୍ ସିଂହ, ବୈଭବ ଆରୋରା, ପବନ ନେଗି।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଅନୁକୁଲ୍ ରାୟ, ଅର୍ଜୁନ ତେନ୍ଦୁଲକର, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ମାକ୍ରୋ ଜନସେନ୍, ଇଶାନ୍ କିଷନ୍, କ୍ଵିଣ୍ଟନ ଡିକକ୍, ଆଦାମ ମିଲ୍‌ନେ, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ପିୟୁଷ ଚାଓ୍ଵାଲା, ୟୁଦ୍ଧବିର ସିଂ।

Comment