ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍। ଘରୋଇ ମାଟିରେ ଖେଳାଯିବାକୁ ଥିବା ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ପରାଜୟ କରିବା ପରେ ଏବେ ନିଜ ଦେଶରେ ଇଂଲଣ୍ଡକୁ ମାତ୍ ଦେଇ ଏହି ଟେଷ୍ଟ ସିରିଜକୁ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।ଶୁକ୍ରବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଗତ କିଛି ଦଶନ୍ଧିରେ ଘରୋଇମାଟିରେ ଟିମ୍ ଇଣ୍ଡିଆର ରେକର୍ଡକୁ ନଜରରେ ରଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଭାରତ ପାଇଁ ଏହି ସିରିଜ୍ ଜିତିବା ସହଜ ହୋଇପାରେ। କାହିଁକି ନା ଘରୋଇମାଟିରେ ଭାରତ ଖେଳିଥିବା ମୋଟ୍ ୩୫ଟି ଟେଷ୍ଟରୁ ମାତ୍ର ଗୋଟିଏରେ ପରାଜିତ ହୋଇଛି। ପୁଣି ଟିମ୍ ଇଣ୍ଡିଆର ରନ୍ ମେସିନ୍ ତଥା ଅଧିନାୟକ ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କନ୍ୟା ସନ୍ତାନର ଜନକ ହେବା ପରେ ଟିମ୍ ଇଣ୍ଡିଆର ନେତୃତ୍ଵ ନେବାକୁ ପ୍ରସ୍ତୁତ ହୋଇଛନ୍ତି ବିରାଟ।

ଚେନ୍ନାଇରେ ପ୍ରଥମ ୨ଟି ଓ ଅହମ୍ମଦାବଦରେ ଶେଷ ୨ଟି ମ୍ୟାଚ୍ ଖେଳାଯିବ। କାଲି ସକାଳ ୯.୩୦ରେ ମ୍ୟାଚ୍ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଗସ୍ତରେ ଭାରତର କିଛି ଯୁବ ଖେଳାଳି ଆହତ ହୋଇଥିବାରୁ ଏହି ସିରିଜ ଖେଳିବା ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିପାରେ। ଆଗକୁ ବିଶ୍ଵ ଚେଷ୍ଟ ଚାମ୍ପିଅନସିପର ଫାଇନାଲ ଆସୁଛି। ତେଣୁ ଏହି ଫାଇନାଲରେ ପହଞ୍ଚିବାକୁ ଉଭୟ ଭାରତ ଏବଂ ଇଂଲଣ୍ଡ ଏହି ଟେଷ୍ଟ ସିରିଜ ଜିତିବା ପାଇଁ ଚେଷ୍ଟା କରିବେ।

Comment