ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ପୁଣି  ନିରାଶ କଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ। ପୂର୍ବରୁ ୧୦୦ ମିଟର ଦୌଡରେ ପରାଜିତ ହୋଇଥିଲେ, ଆଉ ଏବେ ୨୦୦ ମିଟର ଦୌଡରେ ମଧ୍ୟ ହାରିଛନ୍ତି। ଆଜି ଟୋକିଓ ଅଲିମ୍ପିକ୍ସରେ ୨୩.୮୫ ସେକେଣ୍ଡରେ ୨୦୦ମିଟର ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ।

ପୂର୍ବରୁ ୧୧.୫୪ ସେକେଣ୍ଡରେ ୧୦୦ମିଟର ଅତିକ୍ରମ କରି ହାରିଥିଲେ ଦୂତୀ। ସେଥର ମଧ୍ୟ ସେ ସପ୍ତମ ସ୍ଥାନ ହାସଲ କରିଥିଲେ। ଚଳିତଥର ମଧ୍ୟ ସପ୍ତମ ସ୍ଥାନ ହାସଲ କରିବା ଦ୍ଵାରା ଦୂତୀଙ୍କ ସେମିଫାଇନାଲକୁ ଯିବା ଆଶା ମଳିନ ପଡ଼ିଛି।

ଏହି ପ୍ରତିଯୋଗିତାରେ ନାମିବିୟାର କ୍ରୀଷ୍ଟିନ ମବୋମା ୨୨.୧୧ସେକେଣ୍ଡରେ ୨୦୦ମିଟର ଅତିକ୍ରମ କରି ବିଜୟ ହାସଲ କରିଛନ୍ତି। ସେହିପରି ଆମେରିକାର ଆଥଲେଟ୍ ଗୈବ୍ରିୟଲୀ ଥାମସ ୨୨.୨୦ ସେକେଣ୍ଡରେ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଏବଂ ନାଇଜର ଆଥଲେଟ ଅମିନାତୂ ସେୟନୀ ୨୨.୭୨ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ତିନିଜଣ ଆଥଲେଟ୍ ସେମିଫାଇନାଲରେ ଯିବା ପାଇଁ ନିଜର ସ୍ଥାନ ପକ୍କା କରିଛନ୍ତି।

Comment